ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ

ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): କଟକ ଜଗତପୁର ଗୋଲେଇ ଛକ ସ୍ଥିତ ଉତ୍କଳ ଦୁର୍ଗାପୂଜା ମଣ୍ଡପ ସଭାଗୃହରେ କଂଗ୍ରେସ ଯୁବନେତା ମାନସ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କଟକ ନଗର କଂଗ୍ରେସ ଅଧିନସ୍ଥ ୮ନମ୍ବର ବ୍ଲକ କଂଗ୍ରେସ ନବନିଯୁକ୍ତ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଦେଇ କଂଗ୍ରେସ କର୍ମୀମାନେ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଥିଲା । ଶ୍ରୀ ବେହେରା ଏହା ପୂର୍ବରୁ ୱାର୍ଡ ସଭାପତି, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସହ ବିଭିନ୍ନ ସମୟରେ ଦଳର ବହୁ ସାଂଗଠନିକ ଦାୟିତ୍ୱରେ ଥିଲେ । ଏଥି ସହିତ ଜଣେ ଦକ୍ଷ ସଂଗଠକ ଭାବରେ ତାଙ୍କର ଖ୍ୟାତି ରହିଛି । ତେବେ ଏହି ଅବସରରେ ସମ୍ବର୍ଦ୍ଧନାର ଉତ୍ତରରେ ୮ନମ୍ବର ବ୍ଲକ ଅନ୍ତର୍ଗତ ୬ଗୋଟି ୱାର୍ଡରେ ଆଗାମୀ ଦିନରେ ଦଳୀୟ ସଙ୍ଗଠନକୁ ମଜବୁତ କରିବାସହ ଖୁବ ଶୀଘ୍ର ବୁଥ କମିଟି, ୱାର୍ଡ କମିଟି ଓ ବ୍ଲକ କମିଟି ଗଠନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ନବନିଯୁକ୍ତ ସଭାପତି ଶ୍ରୀ ବେହେରା କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସିଏମସି କଂଗ୍ରେସ କର୍ପୋରେଟର ଜେ.କାମେଶ୍ୱର ରାଓ ଯୋଗଦେଇ ସମସ୍ତେ ମିଳିମିଶି କାମକରିବା ସହ ୬ଗୋଟି ୱାର୍ଡରେ ସଂଗଠନ ମଜବୁତ କରି ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ରାଜରାସ୍ତାରେ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁକାନ୍ତ ସାହାଣୀ, ସମ୍ପାଦକ ରଶ୍ମୀକାନ୍ତ ସାମଲ, ଚୌଦ୍ୱାର-କଟକ ଯୁବକଂଗ୍ରେସ ସଭାପତି ମାନସ ନାୟକ, ଶ୍ରମିକ ନେତା ଲଷ୍ମୀଧର ଶରଣ, ଜୟନାରାୟଣ ତ୍ରିପାଠୀ, ନାରୀନେତ୍ରୀ ଜୟଶ୍ରୀ ସାମଲ, ସୁମତି ହେମ୍ବ୍ରମ, ଧୀରେନ୍ଦ୍ର ମହାନ୍ତି, ଉମାଶଙ୍କର ସାମଲ, ହେମରାଜ ବିଶ୍ୱାଳ, ଲଳିତ ଭୂୟାଁ, ହୃଦାନନ୍ଦ ମହାନ୍ତି, ଲଷ୍ମୀଧର ଶୁକ୍ଳ, ପ୍ରୀତି ରଞ୍ଜନ ଜେନା, ହେମନ୍ତ ବିଶ୍ୱାଳ, ଦିଲ୍ଲୀପ ଚୌଧୁରୀ, ପ୍ରତାପ ପରିଡା, ପ୍ରବୀର ରଥ, ବାମା ଚରଣ ଦାସ, ସୌମେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *