ଜଗତପୁର ଗୋଲେଇଛକରେ ଦୁଇ ଗୋରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ : କାର ଜବତ, ୨ ଗିରଫ

ଜଗତପୁର ଗୋଲେଇଛକରେ ଦୁଇ ଗୋରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ : କାର ଜବତ, ୨ ଗିରଫ

News by Kanhu Charan Panda (Jagatpur)

କଟକ(ଏନ୍‌.ଏମ୍‌.): କମିଶନରେଟ ଥାନା ଅଞ୍ଚଳରେ ଏବେ ବାରମ୍ବାର ଗୋରୁ ଚୋରି ଏକ ସାଧାରଣ ଘଟଣା ହୋଇଗଲାଣି । ଚୌଦ୍ୱାର, ଜଗତପୁର ଅଞ୍ଚଳରେ ଘନଘନ ଗାଈ ଚୋରି ହେବା ଘଟଣା ପୁଲିସ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି ଜଗତପୁର ଅଞ୍ଚଳରେ ଏକାଧିକବାର ଗାଈ ଚୋରି ହୋଇଛି । ତେବେ ଗତ କାଲି ବିଳମ୍ବିତ ରାତିରେ ଜଗତପୁର ଗୋଲେଇଛକରେ ଏକ ନାଲି ରଙ୍ଗର କାରରେ ଦୁଇ ଗୋଟି ଗୋରୁଙ୍କ ଗୋଡ ବାନ୍ଧି ନିଆଯାଉଥିବା ସମୟରେ ଡ୍ରାଇଭର ଜଣଙ୍କ ନିଜର ଭାରସାମ୍ୟ ହରାଇ ଫୁଟପାତ ଉପରକୁ ଚଢାଇ ଦେବାରୁ ସ୍ଥାନୀୟ ଲୋକେ ସେଠାରେ ଗଦା ହୋଇଯାଇଥିଲେ । କାର ଭିତରେ ଦୁଇ ଗୋଟି ଗୋରୁଙ୍କ ଗୋଡ ବନ୍ଧା ହୋଇଥିବା ଦେଖି ଲୋକେ ଉତ୍ୟକ୍ତ ହୋଇ କାର ଚାଳକ ଓ କାର ଥିବା ଅନ୍ୟଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହ ଜଗତପୁର ଥାନା ପୁଲିସ ଜିମା ଦେଇଥିଲେ । ଘଟଣାସ୍ଥଳରେ ଜଗତପୁର ଥାନା ପୁଲିସ ପହଁଞ୍ଚି ଓଆର ୦୨ ବି ୫୧୬୨ ନଂ ବିଶିଷ୍ଟ ମାରୁତି ସୁଜିକି ରିଚ କାର ଟିକୁ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିଲା । ଗିରଫ ଦ୍ୱୟ ଲାଲବାଗ ଥାନା ଅନ୍ତର୍ଗତ ଓଡିଆ ବଜାରର ନଦୀନ ଖାନ ଓ ମନୋଜ ରାମ ବୋଲି ଜଣାପଡ଼ିଛି । ଏହି ସମୟରେ କାରରେ ଥିବା ଦୁଇ ଗୋରୁଙ୍କୁ ଉଦ୍ଧାର କରି ଜଗତପୁର ଗୋଶାଳାରେ ଛାଡିଥିଲେ । ଘଟଣାରୁ ପ୍ରକାଶ ଯେ, କାରଟି କଟକ ଆଡୁ ଦ୍ରୁତ ଗତିରେ ମଙ୍ଗୁଲି ଅଭିମୁଖେ ଯାଉଥିବା ସମୟରେ ଏକ କାରକୁ ସାଇଟ ମାରି ଯାଉଥିବା ସମୟରେ ଜଗତପୁର ଗୋଲେଇ ଛକ ନିକଟରେ ନିଜର ଭାରସାମ୍ୟ ହରାଇ ଫୁଟଫାତ ଉପରକୁ କାରଟିକୁ ଚଢାଇ ଦେଇଥିଲା । ସ୍ଥାନୀୟ ଲୋକମାନେ ଦୃଘଟଣାଗ୍ରସ୍ଥ କାର ନିକଟରେ ପହଁଞ୍ôଚବା ପରେ କାର ଭିତରେ ଦୁଇ ଗୋଟି ଗୋରୁ ବନ୍ଧା ହୋଇଥିବା ଦେଖି ଲୋକେ କାର ଚାଳକ ଓ ପାଖରେ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଅଟକ ରଖି ଥାନାକୁ ସୂଚନା ଦେଇଥିଲେ । ଏ ନେଇ ଜଗତପୁର ଥାନାରେ କେସ ନଂ ୪୨୭ / ୨୨ ରୁଜୁ କରି ଉଭୟ ଗୋରୁ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *