ଜଗତପୁର ଗୋଲେଇଛକ ଠାରେ ମୋ ବସରେ ଅଗ୍ନିକାଣ୍ଡ : ସମସ୍ତ ଯାତ୍ରୀ ସୁରକ୍ଷିତ

ଜଗତପୁର ଗୋଲେଇଛକ ଠାରେ ମୋ ବସରେ ଅଗ୍ନିକାଣ୍ଡ : ସମସ୍ତ ଯାତ୍ରୀ ସୁରକ୍ଷିତ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଆଜି ସଂଧ୍ୟାବେଳେ କଟକ ଜଗତପୁର ଗୋଲେଇ ଛକ ଠାରେ ୮୧ ନମ୍ବର ରୁଟରେ ଯାତାୟତ କରୁଥିବା ମୋ ବସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଇଞ୍ଜିନରୁ ପ୍ରଥମେ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ତେବେ ‘ଓଡି ୦୫ ଡବ୍ଲୁ ୬୫୩୨’ ନମ୍ବର ବିଶିଷ୍ଟ ଏହି ବସଟି ସଂଧ୍ୟା ୫ଟା ୨୦ ମିନିଟ ସମୟରେ ଯାତ୍ରୀମାନଙ୍କୁ ନେଇ ଯାଉଥିବାବେଳେ ଇଞ୍ଜିନରୁ ଅଚାନକ ଅଧିକ ଧୂଆଁ ବାହାରିବାରୁ ଡ୍ରାଇଭର ଗୋଲେଇଛକ ନିକଟରେ ରଖିଦେଇ ଯାତ୍ରୀମାନଙ୍କୁ ତୁରନ୍ତ ବାହାରକୁ ବାହାରିଯିବା ପାଇଁ ପରାମର୍ଶ ଦେଇଥିଲେ । ଫଳରେ ଯାତ୍ରୀମାନେ ବାହାରକୁ ଆସିଯାଇଥିବାରୁ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ଏହି ବସଟି ରୁଟ ନମ୍ବର ୮୧ ବାରବାଟି ଷ୍ଟାଡିୟମ ଠାରୁ ଗୋଲେଇଛକ ଦେଇ ସାଲେପୁର ଯାଉଥିଲା । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆକୁ ଆୟତ କରିଥିଲେ । ଜଗତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ôଚ ବସରେ ଆସିଥିବା ଯାତ୍ରୀମାନଙ୍କୁ ଅନ୍ୟ ବସରେ ସାଲେପୁର ପଠାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *