ଜଗତପୁର କୃଷ୍ଣେଶ୍ୱର ମନ୍ଦିରରେ ମକର ଉତ୍ସବ

ଜଗତପୁର କୃଷ୍ଣେଶ୍ୱର ମନ୍ଦିରରେ ମକର ଉତ୍ସବ

News by Kanhu charan Panda (Jagatpur)

#ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ନିମପୁର ଅଞ୍ଚଳରେ ପାତାଳ ଫୁଟି ଦେବ ଦେବ ମହାଦେବ ପ୍ରଭୁ କୃଷ୍ଣେଶ୍ୱରଙ୍କର ମକର ମେଳା ବେଶ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି ମକର ମେଳାରେ ସ୍ଥାନୀୟ ଜଗତପୁର ଅଞ୍ଚଳର ବହୁ ଶ୍ରଦ୍ଧାଳୁ ବାବାଙ୍କର ଏହି ମେଳାରେ ଏକତ୍ରିତ ହୋଇ ଭଜନ କୀର୍ତ୍ତନ ସହିତ ବାବା କୃଷ୍ଣେଶ୍ୱରଙ୍କୁ ମନ୍ଦିର ବେଢା ଚର୍ତୁପାର୍ଶ୍ୱ ଏକ ସୁସଜିତ ବିମାନରେ ବେଢା ପରିକ୍ରମା କରାଯାଇଥିଲା । ମନ୍ଦିର ମୁଖ୍ୟ ପୂଜକ ନାରାୟଣ ରାଉଳ ମନ୍ଦିର ଉପରେ ଚଢି ମକର ଧ୍ୱଜା ଉଡାଇ ଥିଲେ । ଏହା ପରେ ଭକ୍ତ ମାନଙ୍କୁ ଚୁଡା ଘସା ଭୋଗ ବିତରଣ କରାଯାଇଥିଲା । ସକାଳେ ବାବାଙ୍କର ମଙ୍ଗଳ ଆଳତି କରାଯାଇ ଧୂପ, ଦିପ ଓ ନୈବେଦ୍ୟ ଅର୍ପଣ କରାଯାଇ ମଧ୍ୟାହ୍ନ ସମୟରେ ଅନ୍ନ ଭୋଗ ଲାଗି କରାଯାଇ ଥିଲା । ବାବାଙ୍କୁ ଅପରାହ୍ନରେ ଚାନ୍ଦିର ମକୁଟ ସହ ବିଭିନ୍ନ ଚାନ୍ଦିର ଅଳଙ୍କାରରେ ସାଜସଜା କରାଯାଇ ୪ଟା ସମୟରେ ମନ୍ଦିର ଗର୍ଭ ଗୃହରେ ଅଞ୍ଚଳର ପୁରହିତ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ମନ୍ଦିର କର୍ତ୍ତା ଭାବେ ମୋହନ ରଞ୍ଜନ ପଣ୍ଡାଙ୍କୁ ନେଇ ହୋମ ଯଜ୍ଞ ବିଧି ସମାପନ କରିଥିଲେ । ଏହି ମକର ମେଳାରେ କୃଷ୍ଣେଶ୍ୱର ମନ୍ଦିର ପୂଜକ ଭାବେ ଡମ୍ବୁର ଧର ରାଉଳ, ଦେବେନ୍ଦ୍ର ପଣ୍ଡା, ଗୌତ୍ତମ ରାଉଳ ପ୍ରମୁଖ ବାବାଙ୍କର ରୀତିନୀତି କାର୍ଯ୍ୟ ସମାପନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *