ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ ପକ୍ଷରୁ ସ୍ୱେଚ୍ଛାକୃତ ଶ୍ରମଦାନ ଓ ସଫେଇ

ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ ପକ୍ଷରୁ ସ୍ୱେଚ୍ଛାକୃତ ଶ୍ରମଦାନ ଓ ସଫେଇ


#ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ ପକ୍ଷରୁ ସଭାପତି ହରିହର ପଣ୍ଡାଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ନିମପୁର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଓ ଚତୁଃପାର୍ଶ୍ୱରେ ସଫେଇ କାର୍ଯ୍ୟକ୍ରମ କରି ଏକ ଘଣ୍ଟା ଶ୍ରମଦାନ କରିଥିଲେ । ଏହି ମେଡିକାଲକୁ ବହୁ ଲୋକ ସ୍ୱାସ୍ଥ୍ୟସେବା, ଫିଜିଓଥେରାପି, ଓ କୋଭିଡ ଟୀକା ଇତ୍ୟାଦି ପାଇଁ ପ୍ରତ୍ୟେହ ଆସିଥାଆନ୍ତି । ମେଡିକାଲର ଚତୁଃପାର୍ଶ୍ୱରେ ଅନାବନା ଗଛ, ଲତା ମାଡିଯାଇଥିବାରୁ ଜନ୍ତୁଜୁନ୍ତା ଦେଖାଯିବା କାରଣରୁ ସଂଗଠନ ପକ୍ଷରୁ ସଫେଇକାର୍ଯ୍ୟ ହାତକୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ତଥା ଆଇନଜୀବୀ ନୀରୋଦ ଚନ୍ଦ୍ର ପଣ୍ଡା, କଟକ ପୂର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତା ଅଲେଖ ଚନ୍ଦ୍ର ବେହେରା, କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡା, ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା, ଶ୍ରମିକ ନେତା ଲଷ୍ମୀଧର ଶରଣ, ବରିଷ୍ଠ ମୁରବୀ ବନବିହାରୀ ଦଳେଇ, ମହେନ୍ଦ୍ର ମହାନ୍ତି, ରମେଶ ଶରଣ, ବରିଷ୍ଠ ନାଗରିକ ସଙ୍ଘ କର୍ମକର୍ତ୍ତା ପଦ୍ମନାଭ ବେହେରା, ଯୁବ ସଂଗଠକ ଚିତ୍ତରଞ୍ଜନ ମହାନ୍ତି ଓ ସନ୍ତୋଷ ଶୁକ୍ଳ, ଗୌରାଙ୍ଗ ମହାନ୍ତି, ନଗେନ୍ଦ୍ର ମହାପାତ୍ର, ପ୍ରବୀର ରଥ, ରାମନରେଶ ଶାହା, ଆଇନଜୀବୀ ଗୋପାଳ ଚନ୍ଦ୍ର ନାଥଙ୍କ ସମେତ ବହୁ ବ୍ୟକ୍ତି ଶ୍ରମଦାନ କରିଥିଲେ । ସିଏମସି ସଫେଇ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *