ଜଗତପୁର ଅଞ୍ଚଳରେ ସିଏମସିର ସ୍ୱଚ୍ଛଭାରତ ଅଭିଯାନ ଧର୍ମକୁ ଆଖିଠାର: ପଦାରେ ପଡିଲା ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ

ଜଗତପୁର ଅଞ୍ଚଳରେ ସିଏମସିର ସ୍ୱଚ୍ଛଭାରତ ଅଭିଯାନ ଧର୍ମକୁ ଆଖିଠାର: ପଦାରେ ପଡିଲା ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ

Photo From Kanhu ch. Panda

କଟକ(ଏନ୍‌.ଏମ୍‌.): କଟକ ସହରକୁ ଏକ ସ୍ୱଚ୍ଛ ସହରରେ ପରିଣତ କରିବା ପାଇଁ ସିଏମସି କର୍ତ୍ତୃପକ୍ଷ ଯେଉଁ ଅଣ୍ଟା ଭିଡିଛନ୍ତି ତାହା ସମ୍ପୂର୍ଣ୍ଣ ଲୋକଦେଖାଣିଆ । ଗୋଟିଏ ପଟେ କଟକ ସହରକୁ ସ୍ୱଚ୍ଛ ସହର କରିବା ନିମନ୍ତେ ସିଏମସି ଅଧିକାରୀ ନେଉଥିବା ବାହାଦୁରୀ ଦେଖାଉଛନ୍ତି ତାହା କେବଳ ଧର୍ମକୁ ଆଖିଠାର । ଗୋଟିଏ ପଟେ କିଛି ୱାର୍ଡ଼କୁ ଘରୋଇ ସଂସ୍ଥାହାତରେ ଟେକି ଦେଇଥିବାବେଳେ ଆଉ କିଛି ୱାର୍ଡ଼ରେ ସିଏମସି ନିଜ ହାତରେ ସଫେଇ ଦାୟିତ୍ୱ ରଖିଛି । କିନ୍ତୁ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ଯୋଗୁଁ ସିଏମସି ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ଦିଗରେ ସିଏମସିର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସ୍ୱଚ୍ଛତା ନେଇ କେବଳ ଲୋକଦେଖାଣିଆ ଡିଣ୍ଡିମ ପିଟୁଛନ୍ତି ବୋଲି ଅଭିଯୋଗ ହୋଇଛି । ପରିମଳ ବିଭାଗ ଅଧିକାରୀ ଲୋକଦେଖାଣିଆ ଭାବେ କାମ କରାଉଥିବା ଯୋଗୁଁ କଟକ ସହର ଆଜି ପର୍ଯ୍ୟନ୍ତ ଆବର୍ଜନା ମୁକ୍ତ ହୋଇ ପାରୁନଥିବା ସହରବାସୀ ଅଭିଯୋଗ କରିଛନ୍ତି । ସେହିଭଳି ସ୍ୱଚ୍ଛଭାରତ ଅଭିଯାନ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଅପାରଗ ଅଧିକାରୀଙ୍କ ଯୋଗୁଁ ଏ ସବୁ ପାଣିରେ ପଡ଼ୁଥିବା ଚର୍ଚ୍ଚା ହେଉଛି ।
ବିଶେଷ କରି କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ଯେଉଁଠି ଦେଖିବ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛି । ଏପରିକି ଏହି ୱାର୍ଡର ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଡିଲର କେନ୍ଦ୍ର ସମ୍ମୁଖରେ ଦୀର୍ଘ ଦିନ ଧରି କୁଢ଼କୁଢ଼ ଆବର୍ଜନା ଖୋଲାମେଲାରେ ପଡ଼ିଥିବାବେଳେ ଏହି ଅଞ୍ଚଳର ସ୍ୱଚ୍ଛସାଥୀଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀ ତଥା ପରିମଳ ବିଭାଗ ଅଧିକାରୀଙ୍କ ଦାୟିତ୍ୱବୋଧତା କେତେ ସ୍ପଷ୍ଟ ବାରି ହୋଇପଡ଼ୁଛି । ଉକ୍ତ ଅଞ୍ଚଳରେ ଦୈନିକ ଶତାଧିକ ଲୋକେ ଚଳପ୍ରଚଳ କରୁଥିବାବେଳେ ଆବର୍ଜନା ପଡ଼ି ରହିବା ଯୋଗୁଁ ପୂତ୍ତିଗନ୍ଧ ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ତେବେ ଏହି ୱାର୍ଡରେ ନବନିର୍ବାଚିତ କର୍ପୋରେଟରଙ୍କୁ ଯୋଗାଯୋଗ କରିବାରେ ସେଠାରେ ଡଷ୍ଟପିନ ଅଛି କି ନାହିଁ ସେଠାରୁ ଅଳିଆ ଆର୍ବଜନା ଉଠାଯାଉନାହିଁ ବୋଲି ସେ ଯାଣିନଥିବା କହିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏ ନେଇ ୱାର୍ଡ ଅଫିସର ପିତାମ୍ବର ମଲ୍ଲିକଙ୍କୁ ପଚାରିବାରେ ସେ କହିଲେ ଯେ, ଆମକୁ ଆଉ ଡଷ୍ଟପିନ ଦିଆଯାଉନାହିଁ । ତେଣୁ ବାହାରେ ଆବର୍ଜନା ପଡ଼ୁଛି ଆମ୍ଭେ କିଛି କରିପାରିବୁ ନାହିଁ । ଗୋଟିଏ ପଟେ ସିଏମସି ଆବର୍ଜନା ପରିଚାଳନା ନିମନ୍ତେ ଏମସିସି କେନ୍ଦ୍ର ପ୍ରତିଷ୍ଠା ଆବର୍ଜନା ସଂଗ୍ରହ ଆଦି ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଥିବାବେଳେ ଏହି ଅଞ୍ଚଳରେ ଏଭଳି ପରିବେଶ ସୃଷ୍ଟି ହେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *