ଚୌଦ୍ୱାରରେ ମୁକ୍ତା ଯୋଜନା: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

ଚୌଦ୍ୱାରରେ ମୁକ୍ତା ଯୋଜନା: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

ଫଟୋ- ପଦ୍ମଲୋଚନ ମିଶ୍ର

ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ଅନ୍ତର୍ଭୁକ୍ତ ବିଭିନ୍ନ ୱାର୍ଡ଼ରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । ପୌରପାଳିକାର ବିଭିନ୍ନ ୱାର୍ଡ଼ ଯଥା ୧, ୬, ୭, ୧୪, ୧୬ ଓ ୧୭ନମ୍ବର ୱାର୍ଡ଼ରେ ୧କୋଟି ୧୩ହଜାର ୬୫୫ଟଙ୍କାର ବ୍ୟୟ ଅଟକଳରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ଶୁଭ ଶିଳାନ୍ୟାସ ହୋଇଥିଲା । ପୌରପାଳିକାରେ ଥିବା ଏହି ୬ଟି ୱାର୍ଡ଼ରେ ଜଗିଙ୍ଗ୍ ପାର୍କ, ମିନି ପାର୍କ ଓ ମିଶନ୍ ଶକ୍ତି ଗୃହର ଶିଳାନ୍ୟାସ ଓ ଉଦ୍‌ଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଇଂ. ମହେଶ ପ୍ରସାଦ ମିଶ୍ର, ଶୁଭଶ୍ରୀ ନାୟକ, ପ୍ରେମଚାନ୍ଦ ନାୟକ, ଚୌଦ୍ୱାର ନଗର ବିଜେଡ଼ି ସଭାପତି ବିଷ୍ଣୁଚରଣ ପରିଡ଼ା, ବିଜେଡ଼ି ମହିଳା ସଭାନେତ୍ରୀ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଅଜୟ କୁମାର ବେହେରା, ଦିଲ୍ଲୀପ ସାହୁ, ରାଜେନ୍ଦ୍ର ପ୍ରଧାନ, ଅର୍ଜୁନ ପଣ୍ଡା, ମୁକ୍ତା ଯୋଜନାର ସଂଯୋଜକ ଦେବକୀ ମହାନ୍ତି, ଅଭିପ୍‌ସା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *