ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ

ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ଅନ୍ତଗର୍ତ ୫ ନମ୍ବର ୱାର୍ଡସ୍ଥିତ ବ୍ରାହ୍ମଣସାହିରେ ପ୍ରଥମ କରି ଚାନ୍ଦି ମେଢ଼ରେ ବିଘ୍ନରାଜ ଗଣପତିଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଏହି ସାହିରେ ଗଣେଷ ଓ ମହାଲକ୍ଷ୍ମୀଙ୍କ ମେଢ ପ୍ରସ୍ତୁତ କରି ମହାସମାରୋହରେ ପୂଜାନୀତି କରିବା ସହ ବିଶାଳ ଶୋଭାଯାତ୍ରାରେ ଦେବାଦେବୀଙ୍କ ବିସର୍ଜନ କରାଯାଇଥାଏ । ଏଥର କିଛି ନୂଆ କରି ଦେଖାଇବାର ନିଶାରେ ପୂଜା କମିଟିର ସଦସ୍ୟମାନେ ଚାନ୍ଦିମେଢ ଚୌଦ୍ୱାର ବାସୀଙ୍କୁ ଏକ ନୂଆ ଭେଟି ଦେଇଥିବା ଜଣାପଡିଛି । ସୁଦୂର ବନାରସରୁ ବଛାବଛା କାରିଗର ମାନେ ପ୍ରାୟ ଦେଢ଼ମାସ ପୂର୍ବରୁ ଏଠାକୁ ଆସି ମେଢ ପ୍ରସ୍ତୁତିରେ ଲାଗିଥିବା ବେଳେ ତାଙ୍କ ସହ କଟକର ମଧ୍ୟ କିଛି କୁଶଳୀ କାରିଗର ସାମିଲ ହୋଇଥିଲେ ପ୍ରାୟ ୧ କ୍ୱିଣ୍ଟାଲ ୮୦ କେଜିର ରୂପାରେ ଏହି ଚାନ୍ଦିମେଢ ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ପୂଜା କମିଟିର ସଭାପତି ବୈକୁଣ୍ଠନାଥ ପୃଷ୍ଟି ଓ ସମ୍ପାଦକ ଅଶୋକ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମେଢ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟ ସଦସ୍ୟମାନେ ସାହାଯ୍ୟ ସହଯୋଗ କରିଥିଲେ । ଚୌଦ୍ୱାର ଅଞ୍ଚଳର ବହୁ ସ୍ଥାନରେ ଗଣେଶ ମୂର୍ତ୍ତି ପୂଜା ପାଉଥିବା ବେଳେ ବ୍ରାହ୍ମଣ ସାହିର ଚାନ୍ଦିମେଢ କିନ୍ତୁ ଅଞ୍ଚଳରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କାରିଗରମାନଙ୍କ ସୂକ୍ଷ୍ମ କାରୁକାର୍ଯ୍ୟ ବେଶ୍ ମନଲୋଭ ସହିତ ବେଶ ଆକର୍ଷଣୀୟ ହୋଇପାରିଛି ବୋଲି ଆସୁଥିବା ଶ୍ରଦ୍ଧାଳୁ ପ୍ରକାଶ କରିଛନ୍ତି । ଏହି ଚାନ୍ଦିମେଢ ଗଣେଶଙ୍କ ପୂଜାରେ ଲାଗିବା ପରେ ପୁଣି ଆସନ୍ତା ମାସ ଲକ୍ଷ୍ମୀପୂଜାରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତିରେ ଏହାକୁ ଲଗାଯିବ ବୋଲି କମିଟିର ସଭାପତି ଶ୍ରୀ ପୃଷ୍ଟି ପ୍ରକାଶ କରିଥିବାର ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ରମେଶ ସାହୁ, ପବିତ୍ର ପୃଷ୍ଟି, ଅଭିରାମ ସାହୁ, ସାମ୍ବାଦିକ ମଳୟ ମହାପାତ୍ର, ନାରାୟଣ ପୃଷ୍ଟି, ନିରଞ୍ଜନ ପୃଷ୍ଟି, ମାନସ ରଞ୍ଜନ ପଣ୍ଡା, ଲକ୍ଷ୍ମୀଧର ସାହୁ, ସନ୍ତୋଷ ସାହୁ, କୈଳାସ ସାହୁ, ଶିବପ୍ରସାଦ ସାହୁ, ମୃତ୍ୟୁଞ୍ଜୟ ପଣ୍ଡା, ରବିନ୍ଦ୍ର ସାହୁ, ଗୌତମ ସାହୁ, ବିଭୁତି ପଣ୍ଡା, ନାରାୟଣ ପଣ୍ଡା, କୈଳାସ ନାୟକ ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *