ଚୌଦ୍ୱାର ମହାବିଦ୍ୟାଳୟରେ ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ

ଚୌଦ୍ୱାର ମହାବିଦ୍ୟାଳୟରେ ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ହୋଇଯାଇଛି । ଚୌଦ୍ୱାର ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ସ୍ୱର୍ଗତ ରାଜୁବାବୁ ଏହି ଅଞ୍ଚଳରେ ଶିକ୍ଷାର ପ୍ରସାର ନିମନ୍ତେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ୱର୍ଗତ ରାଜୁବାବୁଙ୍କ ପୁତ୍ର ବାପୁପ୍ରିୟ ରଘୁପତି ରାମ, ପ୍ରଗତିବାଦୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, କମଲଜିତ ଦାସ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୁରାତନ ଛାତ୍ର ସଂସଦ ସଭାପତି ବିବେକାନନ୍ଦ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଡଃ ଉମେଶ ଚନ୍ଦ୍ର ଦେବତା ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିଥିମାନଙ୍କ ଦ୍ୱାରା ମହାବିଦ୍ୟାଳୟର ସ୍ମରଣୀକା ଉନ୍ମୋଚିତ ହୋଇଥିଲା । ସ୍ୱର୍ଗତ ରାଜକିଶୋର ରାମଙ୍କ ଧର୍ମପତ୍ନୀ ରେଣୁବାଳା ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *