ଚୌଦ୍ୱାର ଥାନା ହାଜତ ମୃତ୍ୟୁ ଘଟଣା ପରେ ଥାନା ଅଧିକାରୀ ନିଲମ୍ବନ ଓ ନୂତନ ଅଧିକାରୀଙ୍କ ଯୋଗଦାନ


ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଥାନା ହାଜତ ମୃତ୍ୟୁ ଘଟଣାରେ ୨ଜଣ ପୁଲିସ ଅଧିକାରୀ ଓ ଜଣେ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ପରେ ଆଜି ନୂତନ ଥାନା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଭୁବନେଶ୍ୱର କମିଶନରେଟ ପୁଲିସ ଅଧିନସ୍ଥ ଭରତପୁର ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଚୌଦ୍ୱାର ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଚୌଦ୍ୱାର ଥାନା ଅଧିକାରୀଙ୍କୁ ହେଡ଼କ୍ୱାଟରକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଚୌଦ୍ୱାର ଥାନାର ଅତିରିକ୍ତ ଆଇଆଇସି ସସ୍ମିତା ଖିଲାରଙ୍କୁ ମଧ୍ୟ ପୁଲିସ ହେଡ଼ କ୍ୱାଟରକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାରେ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ତଥା ଏସିପି ବିଶ୍ୱରଞ୍ଜନ ସାହୁଙ୍କର ଏବଂ ଅତିରିକ୍ତ ଆଇଆଇସି ଶ୍ରୀମତୀ ଖିଲାରଙ୍କ ସମ୍ପୃକ୍ତି ନଥିବାବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଛନକା ପଶିଛି। ଅନ୍ୟପକ୍ଷରେ ନୂତନ ଆଇଆଇସି ଭରତପୁର ଭଳି ସମ୍ବେଦନଶୀଳ ଥାନାକୁ ସୁଚାରୂ ରୂପେ ପରିଚାଳିତ କରିଥିବାରୁ ଚୌଦ୍ୱାର ଥାନାକୁ ଅପରାଧମୁକ୍ତ କରିବାରେ ସଫଳ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *