ଚିତ୍ରଶିଳ୍ପୀ ବିଭୁତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକ

ଚିତ୍ରଶିଳ୍ପୀ ବିଭୁତି କାନୁନ୍‌ଗୋଙ୍କ ରଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ବିଭୁତି କାନୁନଗୋଙ୍କ ଶତବାର୍ଷିକ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ଲଳିତକଳା ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଆୟୋଜିତ ଏହି ଉତ୍ସବରେ ସ୍ୱର୍ଗତ କାନୁନଗୋଙ୍କ ଜୀବନୀ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ କାନୁନ୍‌ଗୋ କୋଲକାତା ସରକରୀ କଳାମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତି ପରେ କଟକଠାରେ କର୍ମମୟ ଜୀବନ ଆରମ୍ଭକରି ଚିତ୍ର ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଅହରହ ସଂଘର୍ଷ କରି ତାଙ୍କ ଜୀବନର ସବୁତକ ସମୟକୁ କଳାପାଇଁ ଉତ୍ସର୍ଗ କରିଥିଲେ ବୋଲି ବିଶିଷ୍ଟ ଅତିଥି ମତପ୍ରକାଶ କରିଥିଲେ ।
ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତ୍ତି ଅରୁନ୍ ପରିଛା ଯୋଗଦେଇ ସ୍ୱର୍ଗତ କାନୁନଗୋ ଓଡ଼ିଶାରେ ମୁଦ୍ରଣକଳା ଓ ବ୍ୟବହାରିକ କଳାକୁ ନୂତନ ଦିଗଦର୍ଶନ ଦେଇଯାଇଛନ୍ତି । ରାଜ୍ୟରେ ଯେତେବେଳେ ଚିତ୍ରକଳାର କୌଣସି ଆଦର ନଥିଲା ସେତେବେଳେ ତାଙ୍କ ଉଦ୍ୟମରେ କଟକର ମହମ୍ମଦିଆ ବଜାର ନିଜଘରେ ଏକ ଚିତ୍ରକଳା ମହାବିଦ୍ୟାଳୟ ଆରମ୍ଭକରି ୫ବର୍ଷ ଧରି ଚିତ୍ରଶିଳ୍ପୀଙ୍କୁ ଶିକ୍ଷାଦାନ ଦେଇ ଓଡ଼ିଆ ଶିଳ୍ପୀଙ୍କୁ ଓଡ଼ିଶା ବାହାରେ ପରିଚିତ କରାଇଥିଲେ ବୋଲି ମତପ୍ରକାଶ କରିଥିଲେ । ବର୍ତ୍ତମାନର ସମାଜ କଳାକୁ ଆଦର କରିବା ସହିତ ନିଜଘରେ ଗୋଟିଏ ଛୋଟ ଚିତ୍ରଟିଏ ସାଇତିରଖି କଳାକାରକୁ ଉତ୍ସାହିତ କରିବାପାଇଁ ତାଙ୍କ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଗ୍ରୁପର ସଭାପତି ରବି ନାରାୟଣ ରଥ ପ୍ରମୁଖ ବିଭୂତି ବାବୁଙ୍କ ନାମରେ ଭୁବନେଶ୍ୱରରେ ସ୍ଥାପନ ହୋଇଥବା ବି. କେ. ଆର୍ଟ କଲେଜ ତାଙ୍କ ସଂଘର୍ଷ ମୟ ଜୀବନର ସ୍ମୃତି ହୋଇ ରହିଛି ସତ କିନ୍ତୁ କଟକରେ ଗୋଟିଏ ଚିତ୍ରକଳା ମହାବିଦ୍ୟାଳୟର ଆବଶ୍ୟକତା ରହିଛି ବୋଲି କହିଥିଲେ । ଜୟନ୍ତୀ ଉତ୍ସବରେ ଗ୍ରୁପର ସଂପାଦକ ଶଶିକାନ୍ତ ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୀତିକବି ଗାଳ୍ପିକ ମନୋଜ ପଟ୍ଟନାୟକ, ସଂଧ୍ୟାରାଣୀ ମିତ୍ର, ଚିତ୍ରଶିଳ୍ପୀ ପ୍ରବୋଧ କୁମାର ସାହୁ, ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣା, କ୍ଷେତ୍ରବାସୀ ସାହୁ ବିପିନ ରାଉତ, ବିଶ୍ୱଜୀତ୍ ପାଣି ପ୍ରମୁଖ ଚିତ୍ରଶିଳ୍ପୀ ସ୍ୱର୍ଗତ କାନୁନ୍‌ଗୋଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କୁନିକୁନି ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ତିନି ବିଭାଗରେ ପୁରସ୍କାର ଦିଆଯାଇଥିଲା । ଏହି ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଉପହାର ପ୍ରଦାନ କରାଯାଇଥିଲା । ଦେବାଶିଷ ସାହୁ ଓ ଜ୍ୟୋତିରଂଜନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚିତ୍ରଶିଳ୍ପୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *