ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ରୁ ଉର୍ଦ୍ଧ୍ୱ ଆହତ ୨ ଗୁରୁତର

ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ରୁ ଉର୍ଦ୍ଧ୍ୱ ଆହତ ୨ ଗୁରୁତର

News by Akhsya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ଯାତ୍ରୀବାହୀ ବସ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଇନ୍ଦ୍ରାଣୀ ନାମକ ଯାତ୍ରୀବାହୀ ବସଟି ବେତନଟୀ ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ପ୍ରାୟ ୫୦ଜଣ ଯାତ୍ରୀଙ୍କୁ ନେଇ ଇନ୍ଦ୍ରାଣୀ ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତ୍ରିରେ କୃଷ୍ଣଚନ୍ଦ୍ରପୁର ଫ୍ଲାଇ ଓଭର ନିକଟରେ ବସର ଆଗ ଚକ କୌଣସି କାରଣ ପାଇଁ ଫାଟି ଯିବାରୁ ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା । ଏଥିରେ ବସରେ ଥିବା ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବେତନଟୀ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଜାରି ରଖିଛନ୍ତି । ତେବେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କେ.ସି.ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାୟ ୨୦ରୁ ଉର୍ଦ୍ଧ ଜଣ ଆହତମାନଙ୍କୁ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ ୨ଜଣ ଗୁରୁତର ଥିବା ବ୍ୟକ୍ତିଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବାର ସୂଚନା ମିଳିଛି । ତେବେ ଗୁରୁତର ବ୍ୟକ୍ତି ୨ଜଣ ହେଉଛନ୍ତି ରମେଶ ଚନ୍ଦ୍ର ମୁର୍ମୁ ଏବଂ ଯଶବନ୍ତ ସୋରେନ ବୋଲି ଜଣାପଡ଼ିଛି । ସେପଟେ ଦୁର୍ଘଟଣାକୁ ନେଇ ବେତନଟୀ ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *