ଘନଘନ ବିଦ୍ୟୁତ୍ କାଟକୁ ନେଇ ପ୍ରତିବାଦ

ଘନଘନ ବିଦ୍ୟୁତ୍ କାଟକୁ ନେଇ ପ୍ରତିବାଦ


ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳରେ ଘନଘନ ବିଦ୍ୟୁତ୍ କାଟ ହେତୁ ଜନ ଜୀବନ ଅତିଷ୍ଟ ହୋଇ ପଡ଼ିଲାଣି । ଆକାଶରେ ମେଘ ଉଠିଲେ କିମ୍ବା ସମାନ୍ୟ ପବନ ବୋହିଲେ ଲାଇନ୍ କାଟି ଦିଆ ଯାଉଥିବାବେଳେ ବିନା କାରଣରେ ଦିନକୁ ବାରମ୍ବାର ବିଦ୍ୟୁତ୍ କଟିବା ନିତିଦିନିଆ ଘଟଣା ହେଲାଣି ।ଗତ କିଛିଦିନ ହେଲା ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଘନଘନ ବିଜୁଳିକାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି ।ବିଦ୍ୟୁତ୍ କାଟ ଫଳରେ ବିଶେଷକରି ଅନ୍ ଲାଇନ୍‌ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଚୌଦ୍ୱାର କଂଗ୍ରେସ ତରଫରୁ ଟାଟା ପାୱାର କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନଗର କଂଗ୍ରେସ ସଭାପତି ବିଜୟ କୁମାର ବେହେରା, ମହିଳା ସଭାପତି ମୋନାଲିସା ଦାସ,ପିସିସି ସଦସ୍ୟ ରାଜୀବ ମହାନ୍ତି, ଧୀରେନ୍ଦ୍ର ଚୌଧୁରୀ, ସୁବାସ ସୁବୁଦ୍ଧିରାୟ, କୈଳାସ ଚନ୍ଦ୍ର ବରାଳ,କୈଳାସ ଚନ୍ଦ୍ର ସାହାଣୀ,ଜୟନ୍ତୀ ନାଥ,ହରିହର ପରିଡ଼ାଙ୍କ ସମେତ ବହୁ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଟାଟା ପାୱାରର ବିଭାଗୀୟ ଅଧିକାରୀଙ୍କୁ ଭେଟି ଏସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରି ସମସ୍ୟାର ସମାଧାନ ଦାବି କରିଥିଲେ । ଦାବି ପୁରଣ ନହେଲେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିକ୍ଷୋଭକାରୀ ମାନେ ଚେତାବନୀ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *