ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବିତରଣ

ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବିତରଣ

News by Kanhu Charan Panda (Jagatpur)

#ଜଗତପୁର (ଏନ୍‌.ଏମ୍‌.): ପବିତ୍ର ମହା ଶିବରାତ୍ରୀ ଉପଲକ୍ଷେ ସ୍ଥାନୀୟ ନିମପୁରସ୍ଥିତ ବହୁ ପୁରାତନ ଶୈବ ପୀଠ ବାବା କୃଷ୍ଣେଶ୍ୱର ମହାଦେବ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଦିରକୁ ଦିନ ତମାମ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଜାନନ ସେବା ସମିତି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ପାନୀୟ ଜଳ ବିତରଣ କରାଯାଇଥିଲା । ଗଜାନନ ସେବା ସମିତି ସମ୍ପାଦକ କାହ୍ନୁ ଚରଣ ପଣ୍ଡା, ସମୀର ସେଠୀ, ସୋମ୍ୟରଜଂନ ପଣ୍ଡା, ଦେବେନ୍ଦ୍ର ଦଳାଇ, ସିଏମସି ୪୮ନମ୍ବର ୱାର୍ଡ କର୍ପୋରେଟରଙ୍କ ପ୍ରତିନିଧି ନାଗେଶ୍ୱର ବେହେରା, ତାପସ ମହାନ୍ତି, ଲଲାଟେନ୍ଦୁ ଶତପଥି, ବିଜୟ ଭୂୟାଁ, ବିଭୁତି ବେହେରା, ପ୍ରଦୀପ ବେଜ, ମିହିର କୁମାର ଦାଶ, ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କିପରି ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତିଶୃଙ୍ଖଳାର ସହ ବାବା କୃଷ୍ଣେଶ୍ୱରଙ୍କ ଦର୍ଶନ କରିପାରିବେ ସେ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କୁ ଶୁଦ୍ଧପାନୀୟ ଜଳ ବିତରଣ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ପ୍ରତି ବର୍ଷ ଏହି ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର ସହ ମାଗଣା ଚଷମା ବିତରଣ, ଜଳଛତ୍ର, ଅସହାୟଙ୍କୁ ବସ୍ତ୍ର ବଣ୍ଟନ, କମ୍ବଳ ବଣ୍ଟନ, ଶୁଖିଲା ଖାଦ୍ୟ ବଣ୍ଟନ ଭଳି ଜନ ମଙ୍ଗଳ କାର୍ଯ୍ୟକ୍ରମ କରାଯାଇଥାଏ । ତେବେ ଚଳିତ ବର୍ଷ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *