ଖୋର୍ଦ୍ଧା ବେଗୁନିଆରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଖୋର୍ଦ୍ଧା ବେଗୁନିଆରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

News by Saroj Kumar Muduli (Khordha)

ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନସ୍ଥ ପରିଛଳ ଗ୍ରାମରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏଥିରେ ଉକ୍ତ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଏବଂ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଅନୁଷ୍ଠାନର ମିଳିତ ଉଦ୍ୟମରେ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ସତ୍ୟ ଅହିଂସାର ପ୍ରତୀକ ନିର୍ଭୀକ ତଥା ନୀତିବାନ ମଣିଷ ଜାତିର ମାର୍ଗଦର୍ଶକ ହେଉଛନ୍ତି ଗାନ୍ଧୀ ସେଇଭଳି ଭାବରେ ଜଣେ ସରଳ ବ୍ୟକ୍ତିତ୍ୱ ଉଚ୍ଚ କୋଟିର ଚିନ୍ତାଧାରା ତଥା ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲ୍ ବାହାଦୁର ଶାସ୍ତ୍ରୀ ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଛଳ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଦେବୀ ପ୍ରସାଦ ମିଶ୍ର, ଫାର୍ମାସିଷ୍ଟ ଶୁଭ୍ରକାନ୍ତ ମହାପାତ୍ର, ପଶୁ ଡାକ୍ତର ଅଶୋକ କୁମାର ସାହୁ, ବିଜୟ ପଟ୍ଟନାୟକ, ବ୍ରଜମୋହନ ସାହୁ, ଶିବ ଶତପଥୀ, ଗଦାଧର ସାହୁ, ପ୍ରଭାତ ସେଠୀ, ଅବିନାଶ ସାମନ୍ତରାୟ ଏବଂ ସଞ୍ଜୟ ମହାପାତ୍ର ପ୍ରମୁଖ ଯୋଗଦାନ କରି ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଗୁଣଗାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *