ଖୁଣ୍ଟକଟା ଗୁଳିକାଣ୍ଡ ଘଟଣା: ୧ଗିରଫ, ବନ୍ଧୁକ ଓ ଛୁରୀ ଜବତ, ଅନ୍ୟଜଣେ ଫେରାର

ଖୁଣ୍ଟକଟା ଗୁଳିକାଣ୍ଡ ଘଟଣା: ୧ଗିରଫ, ବନ୍ଧୁକ ଓ ଛୁରୀ ଜବତ, ଅନ୍ୟଜଣେ ଫେରାର

News by Maheswar Behera (Athagarh)

ଆଠଗଡ(ଏନ୍‍.ଏମ୍‍.): ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏଥି ସହିତ ଅନ୍ୟ ଜଣେ ଅଭିଯୁକ୍ତଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଖୁଣ୍ଟକଟା ଗ୍ରାମର ବିଷ୍ଣୁ ପ୍ରସାଦ ନାୟକ ଓରଫ୍ ଜଗୁ(୨୫) ବୋଲି ଜଣାପଡ଼ିଛି । ଅନ୍ୟ ଫେରାର ଥିବା ଅଭିଯୁକ୍ତ ଜଣକ ସେହି ଗ୍ରାମର ସୁରେଶ ରାଉତ ଓରଫ୍ ପୁଚୁକି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ତେବେ ଜଗୁ ଠାରୁ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ( ରିଭଲଭର) ସହିତ ଗୋଟିଏ ଜୀବନ୍ତ ଗୁଳି ଛୁରୀ ଜବତ କରାଯାଇଛି । ଘଟଣା ସ୍ଥଳରୁ ଦୁଇଟି ବାଇକ ଗୋଟିଏ ଖୋକା ଜବତ କରା ଯାଇଥିଲା ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଖୁଣ୍ଟକଟା ଗ୍ରାମର ରବିନ୍ଦ୍ରନାଥ ସ୍ୱାଇଁଙ୍କ ପୁଅ ସଞ୍ଜୟ ସ୍ୱାଇଁ ଏବଂ ତାଙ୍କ ଦାଦା ପଞ୍ଚାନନ ସ୍ୱାଇଁଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳକୁ ନେଇ ଜଗୁ ଏବଂ ପୁଚୁକି ପଞ୍ଚାନନଙ୍କ ଘରେ ପଶି ତାଙ୍କ ନାତି ଆଦିତ୍ୟ (୮) ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇବା ସହ ମହିଳା ମାନଙ୍କୁ ଗାଳିଗୁଲଜ କରି ଗୋଟିଏ ରାଉଣ୍ଡ ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏ ବାବଦରେ ପଞ୍ଚାନନଙ୍କ ସ୍ତ୍ରୀ ରମ୍ଭା ସ୍ୱାଇଁଙ୍କ ଏତଲାକୁ ଭିତ୍ତି କରି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହି ଗିରଫ କରିଛି । ତେବେ ଖୁବ ଶୀଘ୍ର ପୁଚୁକିକୁ ଗିରଫ କରାଯିବ ବୋଲି ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *