ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

News by Sambit kumar Senapati (Khandapada)

ଖଣ୍ଡପଡା(ଏନ୍‌.ଏମ୍‌.): ରାଜ୍ୟ ସରକାର ୫-ଟି ରୁପାନ୍ତରୀକରଣ ଯୋଜନାରେ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ବିକାଶ ଲାଗି ୬୦ରୁ ୬୫ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ଖଣ୍ଡପଡା ବ୍ଳକ ପ୍ରଶାସନର ଉଦାସୀନତାର ସୁଯୋଗ ନେଇ ଅନଭିଜ୍ଞ ଠିକାଦାର, ରାଜନୈତିକ ବ୍ୟକ୍ତି ବିଶେଷ ସରକାରୀ ନୀତି ନିୟମକୁ ଉଲଘଂନ କରି ମନଇଚ୍ଛା ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରି ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଖଣ୍ଡପଡା ବ୍ଳକ ଅଧିନ ସିଧାମୂଳା ଗୋକୁଳାନନ୍ଦଜୀଉ ବିଦ୍ୟାମନ୍ଦିରର ଉନ୍ନତିକରଣ କାର୍ଯ୍ୟ ୫-ଟି ରୁପାନ୍ତରୀକରଣ ଯୋଜନାରେ ଚାଲୁ ରହିଛି । ଶ୍ରେଣୀ ଗୃହର ଦୁର୍ବଳ କାନ୍ଥରୁ ସିମେଣ୍ଟ ପା୍ଳଷ୍ଟର ନଛଡାଇ ରଙ୍ଗ ମରାଯିବା, ବିଦ୍ୟାଳୟ ଶ୍ରେଣୀଗୃହର ପଛପାଖ ଝରକା ଉଇଖାଇ ନଷ୍ଟ ହୋଇଥିଲେ ମଧ୍ୟ ତାକୁ ପରିବର୍ତ୍ତନ ନକରି ତାଉପରେ ରଙ୍ଗ ବୋଳି ଦେବା ଭଳି ହୀନ କାର୍ଯ୍ୟକୁ ନେଇ ସିଧାମୂଳା ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏ ସମ୍ପର୍କରେ ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ଜଣାପଡିଛି । ଶିକ୍ଷାନୁଷ୍ଠାନ ପରିସରରେ ଥିବା ପୁରୁଣା ଗୃହକୁ କେବଳ ରଙ୍ଗବୋଳି ସରସ ସୁନ୍ଦର କରାଯାଇଥିବା ବେଳେ ଶ୍ରେଣୀ ଗୃହର ଭିତର ଦୃଶ୍ୟ ଯଥା ପୂର୍ବଂ ତଥା ପର ଅବସ୍ଥାରେ ରହିଛି । ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ହେଁ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଅଭିଜ୍ଞ ଠିକଦାର କିମ୍ବା ଟେଣ୍ଡର ପ୍ରକ୍ରୀୟା ଜରିଆରେ ୫-ଟି ରୁପାନ୍ତରୀକରଣ କାର୍ଯ୍ୟ କରାଯାଇଥିଲେ ଶିକ୍ଷାନୁଷ୍ଠାନଟି ଅତ୍ୟନ୍ତ ସରସ ସୁନ୍ଦର ହୋଇପରିଥାନ୍ତା ବୋଲି ସିଧାମୂଳା ଗ୍ରାମର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ମତ ଦେଇଛନ୍ତି । ଶିକ୍ଷାନୁଷ୍ଠାନର ପୁନଃରୁଦ୍ଧାର କାର୍ଯ୍ୟରେ ହୋଇଥିବା ଅନିୟମିତତାର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ନିମନ୍ତେ ସିଧାମୂଳା ଗ୍ରାମବାସୀ ଦାବି କରିବା ସହ ଏ ସମ୍ପର୍କିତ ଦାବିପତ୍ର ଖଣ୍ଡପଡା ବିଡିଓ, ନୟାଗଡ ଜିଲ୍ଲାପାଳ, ୫-ଟି ସଚିବ ଓ ଭିଜିଲାନ୍ସ ବିଭାଗକୁ ପ୍ରଦାନ କରିଥିବା ଜଣାଯାଇଛି । ବିଡିଓ ଅରୁଣୀମା ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରେ ସେଥିପ୍ରତି ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *