କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ଆକୁଳ ନିବେଦନ

କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ଆକୁଳ ନିବେଦନ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ମାରାତ୍ମକ କ୍ୟାନସନର ରୋଗରେ ଛଟପଟ ହେଉଥିବା ରୋଗୀଟି ପାଇଁ ଏବେ ଅର୍ଥ ସାଜିଛି ବାଧକ । ସରକାର ଦୁସ୍ଥ ରୋଗୀମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରିଥିଲେ ମଧ୍ୟ ଅସହାୟ ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ରୋଗୀ ଜଣକ ସୁଦୂର ଛତିଗଡ଼ ରାଜ୍ୟର ବିରଗାଁ, ବିନ୍ଦ୍ରାୱନଗଡ଼ ରାୟପୁରର ମଦନ ଦାସ(୪୩)ବୋଲି ଜଣାପଡ଼ିଛି । ସେ ବର୍ତ୍ତମାନ କଟକ ଆଚାର୍ଯ୍ୟହରିହର କର୍କଟରୋଗ ପ୍ରତିଷ୍ଠାନର ୧୫ନମ୍ବର ୱାର୍ଡ଼ରେ ଚିକିତ୍ସିତ ହେଉଛନ୍ତି । ସେ ଅତ୍ୟନ୍ତ ଗରିବ ପରିବାରର ହୋଇଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳି ପାରିନାହିଁ । ତେବେ ରୋଗ ଦିନକୁ ଦିନ ଜଟିଳ ହେବାରୁ ସେ ରାୟପୁରରୁ କଟକ କର୍କଟ ରୋଗ ପ୍ରତିଷ୍ଠାନକୁ ଆସିଥିଲେ । ତେବେ ଏଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ଉପଯୁକ୍ତ ଚିକିତ୍ସା ପାଇପାରୁନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ପତ୍ନୀ ତାଙ୍କ ପାଖରେ ଥିଲେ ମଧ୍ୟ ଟଙ୍କା ପଇସା ନଥିବାରୁ ଏଠାରେ ତାଙ୍କ ପାଇଁ ଖାଇବା ଗଣ୍ଡାଏ ଯୋଗାଡ଼ କରିବା କଷ୍ଟକର ହୋଇ ପଡ଼ୁଛି । ତେଣୁ ଏହି ଦୁରାରୋଗ୍ୟର ଚିକିତ୍ସା ପାଇଁ ମଦନ ଆକୁଳ ନିବେଦନ କରିଛନ୍ତି । ଏହିଅବସ୍ଥାରେ ସମାଜସେବୀ ନବପ୍ରସାଦ ସାହୁ ତାଙ୍କୁ କିଛି ଦିନ ହେବ ଖାଇବା ଗଣ୍ଡେ ଯୋଗାଇ ଦେବା ସହିତ ଏହି ଗରିବ ଲୋକଟିର ଚିକିତ୍ସା ନିମନ୍ତେ ଯଦି କେହି ସହୃଦୟ ବ୍ୟକ୍ତି ଚାହିଁବେ ତେବେ ତାଙ୍କୁ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି । ତେବେ ମଦନ ଦାସଙ୍କ ମୋବାଇଲ ନମ୍ବର ୭୩୮୯୫୭୮୨୬୩ ନମ୍ବରେ ଯୋଗାଯୋଗ କରି ସହାୟତା ପ୍ରଦାନ କରି ପାରିବେ ବୋଲି ସମାଜସେବୀ ଶ୍ରୀ ସାହୁ କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *