କୋଭିସିଲ୍ଡ ଟିକା ନେଇ ଆଣ୍ଟିବଢ଼ି ବଢ଼ୁନଥିବା ଅଭିଯୋଗ: ଆଶିଆନା ଥାନାର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ
ନୂଆଦିଲ୍ଲୀ (ଏଜେନ୍ସି): କୋଭିସିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି ହୋଇଛି । ଲକ୍ଷ୍ନୌର ଜଣେ ବ୍ୟକ୍ତି ଏ ନେଇ ମାମଲା ରୁଜୁ କରିବାକୁ ସ୍ଥାନୀୟ ଆଶିଆନା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗକାରୀ କହିଛନ୍ତି ସେ କୋଭିସିଲ୍ଟ ଟିକା ନେବା ପରେ ବି ତାଙ୍କ ଶରୀରରେ ଆଣ୍ଟିବଡ଼ି ବଢୁନାହିଁ । ତେଣୁ ସେ ଠକାମୀର ଶିକାର ହୋଇଛନ୍ତି ଏବଂ ପୁନାୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁୁଁଛନ୍ତି ବୋଲି ଥାନାରେ କହିଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିଯୋଗକାରୀ ପ୍ରତାପ ଚନ୍ଦ୍ର ସେରମ ଇନଷ୍ଟିଚ୍ୟୁର ମୁଖ୍ୟ ପୁନାୱାଲାଙ୍କ ବ୍ୟତୀତ ସ୍ୱାସ୍ଥ୍ୟ ବିଭାବର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ, ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗଭ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଅପର୍ଣ୍ଣା ଉପାଧ୍ୟାୟ ପ୍ର୍ରମୁଖଙ୍କ ନାମରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଗତ ଏପ୍ରିଲ ୮ତାରିଖରେ ସେ କୋଭିସିଲ୍ଡର ପ୍ରଥମ ଟିକା ନେଇଥିଲେ । ଏପ୍ରିଲ ୨୮ରେ ଦ୍ୱିତୀୟ ଟିକା ନେବାର ଥିଲା । କିନ୍ତୁ ସରକାର ଦ୍ୱିତୀୟ ଟିକା ନେବାର ଅବଧି ୬ ସପ୍ତାହକୁ ବଢ଼ାଇ ଦେବା ପରେ ସରକାର ଏହାକୁ ପୁନର୍ବାର ୧୨ ସପ୍ତାହକୁ ବଢ଼ାଇଛନ୍ତି । ପୁନଶ୍ଚ ଅଭିଯୋଗକାରୀ ପ୍ରତାପ କହିଛନ୍ତି, ସେ ପ୍ରଥମ ଟିକା ନେବା ପରେ ଅସୁସ୍ଥ ଅନୁଭବ କରୁଛନ୍ତି । ପ୍ରଥମ ଟିକା ନେବା ପରେ ସରକାରୀ ସ୍ୱୀକୃତିପାପ୍ତ ପରୀକ୍ଷାଗାରରେ ଆଣ୍ଟିବଡି ଶରୀରରେ କେତେ ଅଛି ପରୀକ୍ଷା କରାଇଥିଲେ । ଯେଉଁଥିରେ ରିପୋର୍ଟ ଆସିଥିଲା କୌଣସି ଆଣ୍ଟିବଡି ବଢ଼ିନାହିଁ । ବରଂ ତାଙ୍କ ଶରୀରରେ ଥିବା ପ୍ଲେଟିଲେଟସ ୩ ଲକ୍ଷରୁ ୧.୫ ଲକ୍ଷରୁ ଖସି ଆସିଥିବା ସେ କହିଛନ୍ତି । ଯାହାକୁ ନେଇ ସେ ଅସୁରକ୍ଷିତ ବୋଲି କହିଛନ୍ତି । ଥାନାରେ ଅଭିଯୋଗ ବେଳେ ପ୍ରତାପ ଆଇସିଏମଆରର ନିର୍ଦ୍ଦେଶକ ବଳରାମ ଭାର୍ଗବ ପ୍ରେସ କନଫରେନସର କିଛି ତଥ୍ୟ ଦେଖାଇଛନ୍ତି । ଯେଉଁଥିରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେବା ପରେ ଆଣ୍ଟିବଡି ଭଲ ଭାବରେ ବୃଦ୍ଧି ହେଉଛି ବୋଲି ବଳରାମ କହୁଥିବା ପ୍ରତାପ ପୁଲିସକୁ ପ୍ରମାଣ ଦେଖାଇଛନ୍ତି । ପୁଲିସ ଯଦିଓ ଅଭିଯୋଗ ଗ୍ରହଣ କରିଛି ତେବେ ଏଫଆଇଆର ରୁଜୁ ହୋଇନଥିବା ଜଣାପଡ଼ିଛି । ପୁଲିସ ଏହି ମାମଲାକୁ ଗୁରୁତର ସହ ନେବା ସହିତ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛି । ତେବେ ଅଭିଯୋଗକାରୀ ପ୍ରତାପ ଏ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପୁଲିସ ଯଦି ଏଫଆଇଆର ରୁଜୁ ନକରିବ ତାହେଲେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।
କୋଭିସିଲ୍ଡ ଟିକା ନେଇ ଆଣ୍ଟିବଢ଼ି ବଢ଼ୁନଥିବା ଅଭିଯୋଗ: ଆଶିଆନା ଥାନାର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ
🤖 AI Quick Summary
Click the button to generate AI summary.
