କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର

କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର


କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଗତ ୮ ତାରିଖ ବୁଧବାର ପୂର୍ବାହ୍ନରେ ଅର୍କଶ୍ରୀର ଶିଳ୍ପୀ ବାଟିକା ପରିସରରେ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର ଏବଂ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମଟି କୋଭିଡ୧୯ର ସମସ୍ତ ନିତୀ ନିୟମକୁ ଅନୁପାଳନ କରାଯାଇ ସମ୍ପାଦନ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଓଡିଶା ପର୍ଯ୍ୟଟନ ବିଭାଗର ପ୍ରାକ୍ତନ ଯୁ୍‌ଗ୍ମ ନିର୍ଦ୍ଦେଶକ ବିରଞ୍ôଚ ନାରାୟଣ ମିଶ୍ର, ବିଶିଷ୍ଠ ଲେଖକ ସତ୍ୟନାରାୟଣ ମିଶ୍ର, ଲୋଖିକା ଶୈଳବାଳା ମହାପାତ୍ର ପ୍ରମୁଖ ଯୋଗ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ-ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର ଏବଂ ପ୍ରତିଭା ସମ୍ମାନ ଉତ୍ସବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ ରାଉତ, ସତ୍ୟ ଖବରର ସମ୍ପାଦକ ଅକ୍ଷୟ କୁମାର ନାୟକ, ସମାଜସେବୀ ରାମକୃଷ୍ଣ ମହାନ୍ତି, କୋଣାର୍କ ଭାଷା ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ମୁଖ୍ୟ ଉପଦେଷ୍ଠା ତଥା ଲେଖକ ସୁବାସ ବରାଳ ଓ ସଭାପତି ପ୍ରଦୀପ କୁମାର ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲେକ୍ଷନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ପୁଷ୍ପଗୁଛ, ଉପୌଢୋକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦବ୍ୟତିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ପ୍ରତ୍ୟକ ପ୍ରତିଭାଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସମ୍ପାଦକ ଭାଗୀରଥି ସ୍ୱାଇଁ ଯୋଗ ଦେଇଥିବା ଅତିଥିମାନଙ୍କର ପରିଚୟ ପ୍ରଦାନ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଭାପତି ଶ୍ରୀ ଛାଟୋଇ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *