କେନ୍ଦ୍ରାପଡା ମହାବିଦ୍ୟାଳୟର ୬୬ତମ ସ୍ୱନକ୍ଷତ୍ର ଦିବସ

କେନ୍ଦ୍ରାପଡା ମହାବିଦ୍ୟାଳୟର ୬୬ତମ ସ୍ୱନକ୍ଷତ୍ର ଦିବସ


#କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୬ତମ ସ୍ୱନକ୍ଷତ୍ର ଦିବସ ଏବଂ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ ସମାରୋହ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଲୟ ର ଅଧ୍ୟକ୍ଷ ଅଧ୍ୟାପକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଇଂରାଜୀ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ. ବ୍ରଜ ମୋହନ ମିଶ୍ର ଯୋଗଦେଇ ମହାବିଦ୍ୟାଳୟକୁ ନିଜର ମା’ ଭାବିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ପିଲାମାନଙ୍କୁ ତେଜିଆନ ଓ ହୃଦୟବାନ ହେବା ସହ ମହାବିଦ୍ୟାଳୟ ଆମକୁ କ’ଣ ଦେଇଛି ଓ ଆମେ ମହାବିଦ୍ୟାଳୟକୁ କ’ଣ ଦେଇଛେ ସେ ସମ୍ପର୍କରେ ଥରେ ଚିନ୍ତା କରିବାକୁ ପରାମର୍ଶ ଦେବା ସହ ଶିକ୍ଷା ଆମକୁ ଶକ୍ତି ପ୍ରଦାନ କରିଥାଏ ଏବଂ ସତ୍ୟ ପଥରେ ଯିବାକୁ ପ୍ରେରଣା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ଓଡିଆ ଭାଷାକୁ ମା’ ଭଳି ଭଲପାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁରର ପରିବେଶବିତ ଡ. ସୁନ୍ଦର ନାରାୟଣ ପାତ୍ରଙ୍କୁ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଉତ୍ତରରେ ଡ. ପାତ୍ର କହିଥିଲେ ଯେ ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ସେ ବିମୁଗ୍ଧ ହୋଇପଡିଛନ୍ତି । କେନ୍ଦ୍ରାପଡା ହେଉଛି ଜଗନ୍ନାଥଙ୍କ ବଡଭାଇ ଶ୍ରୀବଳଦେବଜୀଉଙ୍କ କ୍ଷେତ୍ର । ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତାରେ ଭରା ହେଉଛି ଭିତରକନିକା । ନିଜର ଜୀବନ ଶୈଳୀକୁ ପ୍ରକୃତିସ୍ଥ କରିବାକୁ ସେ ପରାମର୍ଶ ଦେଇଥିଲେ । ଏସମ୍ମାନ ତାଙ୍କ ପାଇଁ ଭାରତରତ୍ନ ସଦୃଶ ବୋଲି ସେ କହିଥିଲେ । କଲେଜ ପରିଚାଳନା ପରିଷଦ ସଭାପତି ଡା. ବାସୁଦେବ ପାତ୍ର ମଞ୍ଚାସୀନ ଥିଲେ । କେତେକ ପୁରାତନ ଛାତ୍ର ମହାବିଦ୍ୟାଳୟ ସଭାପତି ଡା. ପାତ୍ରଙ୍କୁ କଲେଜର ବିଭିନ୍ନ ସମସ୍ୟା ସମାଧାନ କରିବାରେ ସେ ଅକ୍ଷମ ହୋଇଥିବାରୁ ତୁରନ୍ତ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିବାକୁ କହିବାରେ ଡା. ପାତ୍ର କହିଥିଲେ ଯେ ସେ ଜମା ଇଛୁକ ନୁହନ୍ତି ସଭାପତି ରହିବାକୁ କେବଳ ବିଧାୟକ ଶଶିବାବୁ ତାଙ୍କୁ ବାଧ୍ୟ କରିବାରୁ ସେ ସଭାପତି ଭାବରେ ରହିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର କେତେକ ପୂର୍ବତନ ଅଧ୍ୟାପକ ଓ କର୍ମଚାରୀଙ୍କୁ ସମ୍ମାନୀତ କରାଯିବା ସହ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଟପ୍ପର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଦିତ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ଦାସ ସ୍ୱାଗତ ଭାଷ. ଅଧଯୟାପକ ରଞ୍ଜିତ କୁମାର ଦାସ ଅତିଥି ପରିଚୟ ପ୍ରଦାନ ଓ ଡ. ପ୍ରଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀ ବିଜୟଲକ୍ଷ୍ମୀ ଦାସ ଓ ସୁପ୍ରିୟା ଦାସ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ । ଛାତ୍ର ପ୍ରବୀଣ ପ୍ରଧାନ ଓ ଛାତ୍ରୀ ସୁପ୍ରିୟା ଦାସ ସଭାର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ପ୍ରଫେସର ବିନ୍ଦୁମିତ୍ର ବଳ, ଦୁର୍ଯ୍ୟୋଧନ ପରିଡା, ତପନ କୁମାର ପତି, ଡ. ଗିରିଶ କୁମାର ପାତ୍ର, ଡ. ପ୍ରଦୀପ୍ତ କିଶୋର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *