କେନ୍ଦ୍ର ସରକାରଙ୍କ ବ୍ୟାଙ୍କିଙ୍ଗ ଆଇନ ବିରୋଧରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଧର୍ମଘଟ

କେନ୍ଦ୍ର ସରକାରଙ୍କ ବ୍ୟାଙ୍କିଙ୍ଗ ଆଇନ ବିରୋଧରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଧର୍ମଘଟ


କଟକ(ଏନ୍‌.ଏମ୍‌.): ବ୍ୟାଙ୍କ ଘରୋଇ କରଣ ପାଇଁ କେନ୍ଦ୍ରସରକାରଙ୍କ ସଂସଦରେ ଆଣୁଥିବା ବ୍ୟାଙ୍କିଙ୍ଗ ଆଇନ (ସଂଶୋଧନ)୨୦୨୧ ବିଲର ପ୍ରତ୍ୟାହାର ଦାବିରେ ଆଜି ଠାରୁ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି । ଦେଶର ୧୦ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ମିଳିତ ମଞ୍ଚ ୟୁଏଫବିୟୁ ପକ୍ଷରୁ ଆୟୋଜିତ ୨ଦିନିଆ ଧର୍ମଘଟ ଯୋଗୁ କଟକ ସହର ତଥା ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଶାଖା ବନ୍ଦ ରହିଛି । କଟକ ସହରର ୧୫୫ଟି ବ୍ୟାଙ୍କ ଶାଖା ସହ ଜିଲ୍ଲାର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଶାଖାବନ୍ଦ ହେବା ଫଳରେ ୫ହଜାର କୋଟି ଟଙ୍କାର କାରବାର ବନ୍ଦ ରହିଛି । ଜିଲ୍ଲାର ପ୍ରାୟ ୩ହଜାରରୁ ଉର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଏହି ଧର୍ମଘଟରେ ସାମିଲ ରହିଛନ୍ତି ।
ସ୍ଥାନୀୟ ବଜ୍ରକବାଟୀ ରୋଡ ଠାରେ ଧର୍ମଘଟକାରୀ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଏକ ବିକ୍ଷୋଭ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ନିନ୍ଦା କରିଥିଲେ । ଏହି ସମାବେଶରେ କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ସିପିଆଇଏମ ନେତା ଜନାର୍ଦ୍ଦନ ପତି, ସିପିଆଇ ନେତା ଅମରେନ୍ଦୁ ମହାନ୍ତି, ଏସୟୁସିଆଇସି ନେତା ସୌଭାଗ୍ୟ ସାମଲ, ଶ୍ରମିକ ନେତା ରବିନାରାୟଣ ମଲ୍ଲିକ, କଟକ ସହର ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା, ଏଆଇଟିୟୁସି ନେତା ବିନୋଦ ବେହେରା, କେନ୍ଦ୍ର ସରକାରୀ କର୍ମଚାରୀ ନେତା ରବୀନ୍ଦ୍ରନାଥ ଧଳ, ଭାରତୀୟ ଗଣନାଟ୍ୟ ସଂଘର ସମ୍ପାଦକ ସୁଶାନ୍ତ ମହାପାତ୍ର, ବ୍ୟାଙ୍କ କର୍ମଚାରୀ ଅଧିକାରୀ ସଂଗଠନର ନେତୃବୃନ୍ଦ କିଶୋର ଜେନା, ପ୍ରଦୀପ ଷଡ଼ଙ୍ଗୀ, ତାପସୀ ସାହୁ, ଉପେନ୍ଦ୍ର ମହାନ୍ତି, ବିଶୁଦ୍ଧ ଦାସ, ଶରତ ମଲ୍ଲିକ, ଶ୍ରୀନିବାସ ରାଓ, ଦିଲ୍ଲୀପ ମଲ୍ଲିକ, ଓଁକାର ମହାନ୍ତି, ଆରଏନ ଦାସ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ରସରକାରଙ୍କ ଦେଶବିରୋଧୀ ପଦକ୍ଷେପର ସମାଲୋଚନା କରିଥିଲେ । ଆସନ୍ତା କାଲି ମଧ୍ୟ ଏହି ଧର୍ମଘଟ ଜାରି ରହିବ ବୋଲି ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିୟନସ ପକ୍ଷରୁ ସୂଚନା ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *