କେ.କେ.ଜି.ପି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ : ଶିଶୁମାନେ ଭଗବାନଙ୍କ ସ୍ୱରୂପ: ରାଜ୍ୟପାଳ

କେ.କେ.ଜି.ପି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ
ଶିଶୁମାନେ ଭଗବାନଙ୍କ ସ୍ୱରୂପ: ରାଜ୍ୟପାଳ

News by Anadaprasad Rout (Bhadrak)

ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାଳ କେ.କେ.ଜି.ପି ସରକାରୀ ଉଚ୍ଚ ବିଦ୍ୟାଳର ସୁବର୍ଣ୍ଣ ଜୟନ୍ତୀର ପ୍ରଥମ ଦିନରେ ଗଣଦୌଡ, ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ଅବସର ପ୍ରାପ୍ତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କୁ ଗୁରୁ ପୂଜା ସହିତ ସମ୍ବର୍ଦ୍ଧନା କରାଯାଇଥିଲା । ଅପରାହ୍ନ ସମୟରେ ଓଡିଶାର ମହା ମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଦ୍ୟାଳୟ ପରିସରରେ ଏକ ଗଣେଶ ମନ୍ଦିରର ଶୁଭ ଉଦଘାଟନ କରି ଶିଶୁମାନେ ଭଗବାନଙ୍କ ସ୍ୱରୂପ ବୋଲି କହିଥିଲେ । ପିଲାମାନଙ୍କ ମନରେ କୌଣସି କାମନା, ବାସନା, କ୍ରୋଡ ଓ ହିଂସା ଆଦି ନଥାଏ । ତେଣୁ ଶିଶୁ ହସିଲେ ଜଗତ ହସେ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ମତପ୍ରକାଶ କରିଥିଲେ । ରାମଚନ୍ଦ୍ର ପଲାଇଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପ୍ରଧାନଶିକ୍ଷକ ସନାତନ ବିଶ୍ୱାଳ, ପୂର୍ବତନ ପ୍ରଧାନ ଶିକ୍ଷକ ଉଦୟ ନାଥ ନାୟକ, ଜିତେନ୍ଦ୍ର ନାୟକ ମଞ୍ଚାସୀନ ହୋଇଥିବାବେଳେ ବାସନ୍ତିକା ନାମକ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲ । ଜିଲ୍ଲାପାଳ ତ୍ରିଲୋଚନ ମାଝି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଥିଲେ । ଛାତ୍ର ସଂସଦ ଦ୍ୱାରା ଆୟୋଜିତ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମହା ମହିମ ରାଜ୍ୟପାଳ ପ୍ରଫେସର ଲାଲ ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀମାନଙ୍କୁ ଆଗାମୀ ପୀଢ଼ିର ବାର୍ତ୍ତା ବହ ହେବା ପାଇଁ ପରାମର୍ଶ ହେଇ ଥିଲେ । ଜଗନ୍ନାଥ ସଂସ୍କୃତି ସହ ତୁଳନା କରି ପ୍ରତିଟି ଶିଶୁର ହସ ଓ ଚାହାଣିରେ ପ୍ରଭୁ ଶ୍ରୀ ଜଗନାଥଙ୍କର ଅମୃତ ମୟ ହସ ଓ ଚକା ଡଳାର ଚାହାଣି ଭରି ରହିଛି ବୋଲି କହିବାବେଳେ ସଭା ସ୍ଥଳ ତାଳି ମାଡ଼ରେ ଆନନ୍ଦ ଭରିଯାଇଥିଲା । ବିଦ୍ୟାଳୟର ଛାତ୍ର ଅନ୍ତର୍ଯ୍ୟାମୀ ମହାରଣା, ପୁରାତନ ଛାତ୍ର ସଂସଦର ସହ ସମ୍ପାଦକ ଆଦିତ୍ୟ ଉଦୟ ବିଶ୍ୱାଳ, ରଘୁ ବାରିକ, ଗଙ୍ଗାଧର ବାରିକ, ରଞ୍ଜନ ନାୟକ, ଶଶୀଧର ପଲାଇ, ଉପସଭାପତି ଦିଜରାଜ ବିଶ୍ୱାଳ ସମେତ ବିଦ୍ୟାଳୟର ସମସ୍ତ ପୁରାତନ ଏବଂ ନୂତନ ଛାତ୍ର/ଛାତ୍ରୀ,ଅଭିଭାବକ ସହ ବହୁ ଲୋକଙ୍କ ସମାଗମ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *