କୁସୁମୀ ବ୍ଲକର ପାହାଡପୁର ଗ୍ରାମରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

କୁସୁମୀ ବ୍ଲକର ପାହାଡପୁର ଗ୍ରାମରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

News by Akshya Kumar Biswal (Rairangpur)

#ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକର ଏସ. ଏଲ. ଏସ. ଆବାସିକ ବିଦ୍ୟାଳୟ ଠାରେ ବାଦାମ ପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ରିତେଶ ଚୈତନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ଟିବି ରୋଗୀ ପାଇଁ ପୁଷ୍ଟିକର ଖାଦ୍ୟ ସହାୟତାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ଟିବି ରୋଗୀଙ୍କୁ ସେମାନଙ୍କ ଚିକିତ୍ସା ସମୟରେ ପୁଷ୍ଟିକର ଖାଦ୍ୟ ପାଇଁ ମାସିକ ୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ରହିଛି । ଏହି ଅଭିଯାନରେ ଟିବି ରୋଗୀ ପାଇଁ ପୁଷ୍ଟିକର ଖାଦ୍ୟ ସହାୟତା ଡାକ୍ତର ଚୈତନ ପାହାଡପୁର ଗ୍ରାମ୍ୟର ବୈଦ୍ୟ ନାଥ ପୂର୍ଟିଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଥଲେ । ଯକ୍ଷ୍ମା ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ଏହି ରୋଗର ନିରାକରଣ ପାଇଁ ବାଦାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡୋଭା ସ୍ୱାସ୍ଥ୍ୟ କେନ୍ଦ୍ର ନୂତନଙ୍କୁ ଯୋଗାଇ ଦିଆଯାଇଛି । ଏହି ପରିପ୍ରକ୍ଷୀରେ ଡାକ୍ତର ଚୈତନ୍ୟ , ସେଣ୍ଟ୍ରାଲ ଟିବି ଡିଭିଜନ ( ଭାରତ ସରକାର) ପରାମର୍ଶଦାତା ଡାକ୍ତର ଧର୍ମା ରାଓ, ଏସ ଏଲ ଏସ ଆବାସିକ ବିଦ୍ୟାଳୟର ସହ ସଭାପତି ମୁନା ପ୍ରତିହାରୀ, ଜିଲ୍ଲା ଯକ୍ଷ୍ମା କେନ୍ଦ୍ରର ଜିଲ୍ଲା ସହ ସଂଯୋଜକ ଦୀନକୃଷ୍ଣ ବାରିକ, ବିପିଏମ୍ ନିରାକାର ନାୟକ, ଏସଟିଏସ ରୋହିତ କୁମାର ବାରିକ, ଆଶା କର୍ମୀ ପୋମା ସୋରେନ୍‌, ଯକ୍ଷ୍ମା ରୋଗୀ ବୈଦ୍ୟନାଥ ପୂର୍ତ୍ତିଙ୍କ ସମେତ ଶିକ୍ଷା ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *