କୁଚ ବିହାର ଟ୍ରଫି: ଓଡ଼ିଶା ଦଳ ଘୋଷଣା

କୁଚ ବିହାର ଟ୍ରଫି: ଓଡ଼ିଶା ଦଳ ଘୋଷଣା


କଟକ(ଏନ୍‌.ଏମ୍‌.): ଆସନ୍ତା ୨୯ ତାରିଖରୁ ୧୯ବର୍ଷରୁ କମ ବାଳକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତଥା କୁଚବିହାର ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ରାଜ୍ୟ ଦଳ ଘୋଷଣା ସମ୍ପର୍କରେ ଜୁନିୟର ଦଳ ଚୟନକର୍ତ୍ତା ସୁବିତ ବିଶ୍ୱାଳ ଓ ଅମୀୟ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଅଧିନାୟକ ଭାବେ ଶ୍ରେଷ୍ଠ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ଏଲିଟ ଗ୍ରୁପ-ଏରେ ସ୍ଥାନ ପାଇଛି । ଦଳରେ ଓଡ଼ିଶା ସମେତ ବିଦର୍ଭ, ଆସାମ, ପଞ୍ଜାବ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ରହିଛନ୍ତି । ୨୧ ତାରିଖରେ ଓଡ଼ିଶା ଦଳ ଇନ୍ଦୋର ଅଭିମୁଖେ ଯାତ୍ରା କରିବ । ଦଳରେ ଅଧିନାୟକ ଭାବେ ଶ୍ରେଷ୍ଠ ସିଂ ରହିଥିବାବେଳେ ଆଶୀର୍ବାଦ ସ୍ୱାଇଁ, ସାରାଂଶ କୁମାର ଓ ଦିନେଶ କୁମାର ମାଝୀଙ୍କୁ ୱିକେଟ କିପର ଭାବେ ସ୍ଥାନ ମିଳିଛି । ଏହାଛଡା ମହମ୍ମଦ ସୋହେଲ ଖାନ, ଅଂଶୁମାନ ସାହୁ, ସାଇଦୀପ ମହାପାତ୍ର, ସାଇ ଶୁଭମ, ସୂର୍ଯ୍ୟ ମହାପାତ୍ର, ସମ୍ବିତ ବରାଳ, ବିଶ୍ୱ ମୁଦୁଲି, ସୁଦର୍ଶନ ସ୍ୱାଇଁ, ଆଶୁତୋଷ ଛୁରିଆ, ନିରଞ୍ଜନ ଗୌଡ, ଆଦିତ୍ୟ ଜୟସିଂ, ରାକେଶ ସାହୁ, ଶୁଭମ ସିଂ, ଗୌତମ ସୁନା, ସୁଶୀଲ କୁମାର ବାରିକ, ରିତେଶ ପ୍ରିୟରଞ୍ଜନ, ଅଂଶୁମାନ ବେଜ ଓ ସାହିଲ ପ୍ରସାଦ ରହିଛନ୍ତି । ୨୯ ତାରିଖରେ ଓଡ଼ିଶା ବିଦର୍ଭ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *