କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ

News by Smrutiranjan Tripathy (Cuttack)

କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ମାନପୁର ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀ କଲରାବାଙ୍କ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ରୂପାନ୍ତରିତ କରି ସମଗ୍ର ରାଜ୍ୟ ତଥା ଦେଶରେ ଏକ ଉଦାହରଣ ସୃଷ୍ଟି କରାଇବା କ୍ଷେତ୍ରରେ ମୁଖ୍ୟ ବିନ୍ଧାଣି ମା’ ନୀଳିମା ରାଣୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କଲରାବାଙ୍କ ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ପ୍ରଥମେ ନୀଳିମା ରାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଅବସରରେ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଓ କଲରାବାଙ୍କ ଉଚ୍ଚବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସ୍କୁଲର ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ପିଲାମାନଙ୍କୁ ଅର୍ଥ ରାଶି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଗ୍ରାମର ବରପୁତ୍ର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ସ୍କୁଲର ଚେୟାରପର୍ସନ ତଥା କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତିରାଣୀ ସାମନ୍ତ ଯୋଗଦେଇ ପିଲାମାନଙ୍କୁ ଭଲ ପାଠପଢ଼ି ଭଲ ମଣିଷ ହେବାପାଇଁ ପରାମର୍ଶ ଦେବା ସହ ଅଭିଭାବକମାନଙ୍କୁ ପିଲାମାନଙ୍କ ଏହି ସଫଳତା ପାଇଁ ଶ୍ରେୟ ଦେଇଥିଲେ ।
ଏହି ଅବସରରେ ସ୍କୁଲ ପରିସରରେ ଏକ ଭ୍ରାମ୍ୟମାଣ କ୍ୟାଣ୍ଟିନ, ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ନୂତନ ଅଫିସ ଗୃହ ଉଦଘାଟନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ସ୍କୁଲର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସ୍କୁଲର ସୁନ୍ଦର ପରିବେଶ ଓ ଭଲ ପାଠପଢା ପାଇଁ କରିଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ କମିଟିର ସଭାପତି ଅଞ୍ଜନ କୁମାର ସାମନ୍ତ, ସମ୍ପାଦକ ଅଭିନ ଚନ୍ଦ୍ର କେଶ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଗା ଚରଣ ସାମନ୍ତ, ସ୍କୁଲର ପ୍ରଧାନ ଶିକ୍ଷକ ଆଶୁତୋଷ ମହାନ୍ତି, ନାରାୟଣ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ପ୍ରଶାସନିକ ଅଧିକାରୀ ସାଗରିକା ମହାପାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ପ୍ରୀତି ମହାନ୍ତି, ରାଜଲକ୍ଷ୍ମୀ ମହାନ୍ତି, ଲୋକନାଥ ସାହୁ, ଈପସିତା ପରିଡା, ରୁପାଲୀ ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *