କଲେଜଛକ ପୂଜାକମିଟି ଗଣ୍ଡଗୋଳ: ମାଲଗୋଦାମ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଡିସିପିଙ୍କୁ ଦାବିପତ୍ର

କଲେଜଛକ ପୂଜାକମିଟି ଗଣ୍ଡଗୋଳ: ମାଲଗୋଦାମ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଡିସିପିଙ୍କୁ ଦାବିପତ୍ର

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): କଲେଜଛକ ପୂଜାକମିଟି ଗଣ୍ଡେଗୋଳ ଘଟଣାରେ ପୁଲିସର ପକ୍ଷପାତିତା ନେଇ ମାଲଗୋଦାମ ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଦାବିପତ୍ର ଦିଆଯାଇଛି । କଟକ ସହରର ବହୁ ପୁରାତନ ପୂଜା ପ୍ରତିଷ୍ଠାନ ମଧ୍ୟରେ କଲେଜ ଛକ ହେଉଛି ଅନ୍ୟତମ । କଲେଜ ଛକ ପୂଜା କମିଟିର ନୂତନ କର୍ମକର୍ତ୍ତା ଯୁଗ୍ମ-ସମ୍ପାଦକ ପଦବୀକୁ ନେଇ ଗତ ଅଗଷ୍ଟ ମାସ ୧୩ ତାରିଖରେ ପାଟରାସାହି ସ୍ଥିତ ବୁଢ଼ିମଙ୍ଗଳା ମନ୍ଦିର ପରିସରରେ ଏକ ବୈଠକ ବସିଥିଲା । ଏହି ବୈଠକରେ କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି ନହେବା ପାଇଁ ଆଗୁଆ ମାଲଗୋଦାମ ଥାନାରେ ଖବର ଦିଆଯାଇଥିଲା । ଖବରପାଇ ଥାନା କର୍ମୀମାନେ ଉପସ୍ଥିତ ଥିଲେ । ବୈଠକ ଆରମ୍ଭରେ ପୂଜା କମିଟିର ଅଧ୍ୟକ୍ଷ ବୀରକିଶୋର ଜେନା ସଭା କାର୍ଯ୍ୟ ପରିଚାଳନା କରୁଥିବା ବେଳେ ପାଟରା ସାହିର କିଛି ଲୋକ ହଠାତ ଆକ୍ରମଣ କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରୁଥିବା ସମୟରେ ଉପସ୍ଥିତ ମୁରବୀ ଓ ଯୁବବର୍ଗ ଏହାକୁ ବାରଣ କରିବା ସହ ପରିସ୍ଥିତକୁ ଆୟତ କରିଥିଲେ । ଯାହାର ସମ୍ପୂର୍ଣ୍ଣ ସିସିଟିଭିର ଭିଡିଓ ସାହି ମୁରବୀଙ୍କ ପାଖରେ ମହଜୁଦ ରହିଛି ।
ଏହି ଘଟଣାକୁ ନେଇ ମାଡ ଖାଇଥିବା ପୂଜା କମିଟିର ଅଧ୍ୟକ୍ଷ ମାଲଗୋଦାମ ଥାନାରେ ଏକ ସପ୍ତାହରୁ ଉର୍ଦ୍ଧ୍ୱ ହେବ ଏହି ସମ୍ବନ୍ଧୀୟ ଅଭିଯୋଗ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ମାଲଗୋଦାମ ଥାନା ଅଧିକାରୀ ରଜନୀକାନ୍ତ ଦାସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି; ଯାହାକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି । ତେବେ ଥାନା ଅଧିକାରୀ ସିସି ଟିଭିର ଫୁଟେଜକୁ ଯାଞ୍ଚ ନକରିବା, ଆକ୍ରମଣକାରୀଙ୍କୁ ଗିରଫ କରିବା ପରିବର୍ତ୍ତେ ଘଟଣାକୁ ଥାନା ଅଧିକାରୀ ବାଟବଣା କରିବା ଦୁର୍ଭାଗ୍ୟଜନକ ବୋଲି ଡିସିପିଙ୍କ ନିକଟରେ କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଆକ୍ରମଣକାରୀଙ୍କ ପାଲଟା ଅଭିଯୋଗ ଆଧାରରେ ସାହିର ଏକାଧିକ ନିରିହ ଯୁବକଙ୍କ ନାମରେ ମିଥ୍ୟା କେଶ ଲଗାଇ ଘଟଣାକୁ ଚାପିଦେବା ପାଇଁ ଥାନା ଅଧିକାରୀ ଉଦ୍ୟମ ଉଦ୍ୟମ ଚଳାଇଛନ୍ତି । ଏହି ଘଟଣାକୁ ନେଇ ପାଟରାସାହି ବାସିନ୍ଦା ଏହା ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରିବା ସହ ଆଜି ଡିସିପିଙ୍କୁ ସାକ୍ଷାତ କରି ଉଚିତ୍ ନ୍ୟାୟ ପାଇବା ଆଶାରେ ମାଲଗୋଦାମ ଥାନା ଅଧିକାରୀ ଶ୍ରୀ ଦାସଙ୍କ ବିରୁଦ୍ଧରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କମିଟି କୋଷାଧ୍ୟକ୍ଷ ଲୋକନାଥ ଲେଙ୍କା, ଦେବେନ୍ଦ୍ର ମହଲା, ଜିତେନ୍ଦ୍ର ସାହୁ, ଦେବେନ୍ଦ୍ର ଲେଙ୍କା, ଗଣେଷ ଲେଙ୍କା, ଧନେଶ୍ୱର ବେହେରା, ମନୋଜ ଲେଙ୍କା, ମଣ୍ଟୁ ମହାରଣା, ପ୍ରହ୍ଲାଦ ସାହୁ, ତନ୍ମୟ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *