କରୋନା ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ

କରୋନା ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ
କୋଭିଡ ଶବଦାହ କରୁଥିବା ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ


କଟକ(ଏନ୍‌.ଏମ୍‌.): କରୋନା ଲଢ଼େଇ ସମୟରେ ସମ୍ମୁଖ ଯୋଦ୍ଧାମାନଙ୍କ ସୁରକ୍ଷା ତଥା ସେମାନଙ୍କ ଅକ୍ସିଜେନ ମାପିବା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ କରାଯାଇଛି । କଟକ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କପକ୍ଷରୁ ପୂର୍ବତନ କର୍ପୋରେଟର ଓଡିଶା ମୋ’ ପରିବାର କଟକ ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ଆଜି ସିଏମସି କମିଶନର ଅନନ୍ୟା ଦାସଙ୍କୁ ଭେଟି ୧ଶହ ଅକ୍ସିମିଟର ପ୍ରଦାନ କରିଥିଲେ । ସମ୍ପ୍ରତି କରୋନା ସଂକ୍ରମଣକୁ ରୋକିବା ପାଇଁ ଜନସଚେତନତା କରୁଥିବା ଆଗଧାଡ଼ିର କରୋନା ଯୋଦ୍ଧା ଯଥା ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀମାନେ ଯେଉଁଭଳି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ତାହା ଅସ୍ୱୀକାର୍ଯ୍ୟ । ସେମାନଙ୍କ ନିସ୍ୱାର୍ଥପର ସେବା ଅମୂଲ୍ୟ । ତେଣୁ ସେମାନେ ତଥା ସେମାନଙ୍କ ପରିବାର ସୁରକ୍ଷା ନିମନ୍ତେ ଏହି ଯନ୍ତ୍ରଟି ପ୍ରଦାନ କରାଯାଇଥିବା ଶ୍ରୀ ବିଶ୍ୱାଳ କହିଛନ୍ତି । ଏଥି ସହିତ କରୋନା ସମୟରେ ଲୋକମାନଙ୍କ ସୁଖଦୁଃଖରେ ବିଜେଡ଼ି ସାମିଲ ରହିଛି ।
ପୁନଶ୍ଚ କୋଭିଡ୍ ଯୋଦ୍ଧା ମାନଙ୍କର ସର୍ବୋଚ୍ଚ ତ୍ୟାଗ ଓ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର ରାଜ୍ୟ ଆବାହକ ଅରୂପ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ମୋ’ ପରିବାର କଟକ ସିଟି ସଂଯୋଜକ ଶ୍ରୀ ବିଶ୍ୱାଳଙ୍କ ତୱାବଧାନରେ ଆଜି କଟକ ସତୀଚଉରା ଶ୍ମଶାନରେ କୋଭିଡ ରୋଗୀଙ୍କ ଶବଦାହ କରୁଥିବା ସାମାଜିକ ଅନୁଷ୍ଠାନ ସାବିତ୍ରୀ ଜନସେବାର ସଭାପତି ବିଭୁତି ରାୟ ଏବଂ ତାଙ୍କର ସ୍ୱେଚ୍ଛାସେବୀ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ଉତ୍ସାହିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗର ହାତ ବଢ଼େଇବା ସହ ଉତ୍ସାହିତ କରିଥିଲେ । ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ, ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ସାଂସଦ ସୁବାସ ସିଂ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ବରିଷ୍ଠ ଆଇନଜୀବୀ ଗଦାଧର ସାହୁ, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଜଗତଜ୍ୟୋତି ପଟ୍ଟନାୟକ, କଟକ ଜିଲ୍ଲା ସାଧାରଣ ସମ୍ପାଦକ ବିକ୍ରମ ଛାଟୋଇ ଏବଂ ସନ୍ଦୀପ ରଥ ଉପସ୍ଥିତ ରହି ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *