କନ୍ଦରପୁର ସରସ୍ୱତୀ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ

କନ୍ଦରପୁର ସରସ୍ୱତୀ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୂର ସରସ୍ୱତୀ ଶିଶୁ ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୁରୀର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଅଧ୍ୟାପକ ନାରାୟଣ ପଣ୍ଡା, ଅନ୍ୟତମ ଅତିଥି ଭାବେ ଓଡ଼ିଶା ଶିକ୍ଷା ବିକାଶ ସମିତି ସଭାପତି ଶରତଚନ୍ଦ୍ର ସାମନ୍ତ ଯୋଗ ଦେଇଥିଲେ । ବିଦ୍ୟାଳୟ ସଭାପତି ଜଗନ୍ନାଥ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ରାଉତରାୟ ସାରା ରାଜ୍ୟରେ ଗଢି ଉଠିଥିବା ଶିଶୁ ମନ୍ଦିର ଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ସରକାରୀ ବିଦ୍ୟାଳୟ ତୁଳନାରେ କିଭଳି ଉତ୍ତମ ଫଳ ପ୍ରଦର୍ଶନ କରୁଛନ୍ତି ତାହାର ଚିତ୍ର ପ୍ରଦାନ କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଅପେକ୍ଷା ସରକାରୀ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ୨୦ଗୁଣରେ ଅଧିକ ବେତନ ପାଉଥିଲେ ମଧ୍ୟ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର ଗୁଣାତ୍ମକ ମାନ କମିକମି ଯାଉଛି । ସ୍ୱଳ୍ପ ବେତନରେ କାର୍ଯ୍ୟରତ ଶିଶୁ ମନ୍ଦିର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯେଭଳି ଉଚ୍ଚ ମାନର ଶିକ୍ଷାଦାନ କରୁଛନ୍ତି ସେ ତାର ଭୂୟସୀ ପ୍ରଶଂସା କରିଥିଲେ । ଶିଶୁ ମନ୍ଦିର ପରିଚାଳନା ସମିତି ସମ୍ପାଦକ ସୁଶାନ୍ତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ସାମ୍ବାଦିକ ବିଭୂତି ଭୂଷଣ ଖଟୁଆ, କନ୍ଦରପୁର ସରପଞ୍ଚ କଲ୍ୟାଣୀ ଖଟୁଆ, ସମିତି ସଭ୍ୟ ମନି ନାଏକ, କନ୍ଦରପୁର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପଚନ୍ଦ୍ର ପଣ୍ଡା ଓ ସଦାଶିବ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *