କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ

କଟକରେ ୧୮ ତମ ହାସା-ଭାଷା ବିଜୟ ଦିବସ


କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ସେକ୍ଟର-୧୩ ବାଲ୍ମିକୀ ନଗର ଆଦିବାସୀ ସାହିରେ ଆଦିବାସୀ ସେଙ୍ଗେଲ ଅଭିଯାନ କଟକ ଜିଲ୍ଲା ସଭାପତି ସିଙ୍ଗ୍ରାୟ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ହାସା-ଭାଷା ବିଜୟ ଦିବସ ପାଳନ କରାଯାଇଛି । ଏଥିରେ ଅତିଥି ଭାବେ ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ସଭାପତି ବୃନ୍ଦାବନ ଦାସ ଆଜାଦ ଯୋଗ ଦେଇ ହାସା-ଭାଷା ବିଜୟ ଦିବସ ଆଦିବାସୀଙ୍କ ମାତୃଭୁମି-ମାତୃଭାଷାର ବିଜୟ ଦିବସ ବୋଲି ମତବ୍ୟକ୍ତ କରିଥିଲେ । ଏହି ଦିବସ ଭାରତ ଏବଂ ବିଶ୍ୱର ଆଦିବାସୀମାନଙ୍କ ପାଇଁ ସୁବର୍ଣ୍ଣ ଐତିହାସିକ ଦିନ । ଏହା ଓଡିଶା ସମେତ ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ ଆସାମ, ଆଣ୍ଡାମାନ ବ୍ୟତୀତ ନେପାଳ, ଭୁଟାନ, ବାଂଲାଦେଶରେ ମଧ୍ୟ ପାଳନ କରାଯାଉଥିବା ଶ୍ରୀ ଆଜାଦ କହିଥିଲେ ।
୧୮୫୫ ମସିହା ଜୁନ ୩୦ତାରିଖରେ ବୀର ସହୀଦ ସିଦ୍ଦ ମୁର୍ମୁଙ୍କ ନେତୃତ୍ୱରେ ଝାରଖଣ୍ଡର ଭଗାନଡ଼ିହି ଗ୍ରାମରେ ଇଂରେଜ ମାନଙ୍କ ବିରୋଧରେ ସାନ୍ତାଳ ହଳ ବା ସାନ୍ତାଳ ବିଦ୍ରୋହର ତୁରୀ ଫୁଙ୍କି ଜଳ-ଜଙ୍ଗଲ, ଜମି-ଜୀବନ, ଏବଂ ସ୍ୱାଧୀନତା ପାଇଁ ଆବାହନ କରିଥିଲେ । ନିଜର ବଳିଦାନ ସ୍ୱରୂପ ୨୨ ଡିସେମ୍ବର ୧୮୫୫ରେ ମାତୃଭୂମୀ ସାନ୍ତାଳ ପାର୍ଗାନା ଜିଲ୍ଲା ନାମରେ (ସେତେବେଳେ ପ୍ରଦେଶ ବା ରାଜ୍ୟ) ସ୍ୱାଧୀନତା ଲାଭ କରି ବିଜୟୀ ହୋଇଥିଲା । ସେହିପରି ୨୨ ଡିସେମ୍ବର ୨୦୦୩ରେ ସାନ୍ତାଳୀ ଆଦିବାସୀମାନଙ୍କର ଭାଷା ଏବଂ ଅଲଚିକି ଲିପିକୁ ସମ୍ବିଧାନର ୮ମ ଅନୁସୂଚିରେ ସାମିଲ ହୋଇଥିବାରୁ ଆଦିବାସୀ ସଂସ୍କୃତିର ବିଜୟ ହୋଇଥିଲା । ମୟୁରଭଞ୍ଜର ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ନେତୃତ୍ୱରେ ସାନ୍ତାଳୀ ଭାଷା ମୋର୍ଚ୍ଚାର ବ୍ୟାନର ତଳେ ଅନେକ ସଂଗଠନ ଏବଂ ଭାଷା ପ୍ରେମୀମାନଙ୍କର ସଂଘର୍ଷ ଓ ସହଯୋଗ ଦ୍ୱାରା ଏହା ସମ୍ଭବ ହୋଇଛି । ସମ୍ପ୍ରତି ଭାରତ ଏବଂ ବିଶ୍ୱର ହାରାହାରି ଅନେକ ଆଦିବାସୀ ଭାଷାଗୁଡିକ ବିଲୁପ୍ତ ହେବାର ସୀମାରେ ଠିଆ ହୋଇଛି । ତେଣୁ ଏହି “ହାସା-ଭାଷା’ ବିଜୟ ଦିବସରେ ଭାରତ ସରକାର ତରଫରୁ ରାଷ୍ଟ୍ରୀୟ ଛୁଟି ଓ ଉତ୍ସବ ପାଳନ କରିବା ପାଇଁ ଘୋଷଣା କରିବାକୁ ସାଧାରଣରେ ଦାବି କରାଯାଇଥିଲା । ଯାହାକି କେବଳ ଭାରତ ହିଁ ନୁହେଁ ବିଶ୍ୱର ଆଦିବାସୀ ମାନଙ୍କର ଜୀବନ ରେଖା ଅର୍ଥାତ ଜଳ- ଜଙ୍ଗଲ, ଜମି-ଜୀବନ ଏବଂ ଭାଷା-ସଂସ୍କୃତି ସୁରକ୍ଷା ଓ ସମ୍ବର୍ଦ୍ଧନା ସନ୍ଦେଶ ବିଶ୍ୱରେ ପ୍ରଦାନ କରିବ । ଏହି ଐତିହାସିକ ଉପଲବ୍ଧତାକୁ ସ୍ମୃତି କରି ବିଶ୍ୱର ଆଦିବାସୀ ସମ୍ମାନିତ ହୋଇପାରିବେ । ତେଣୁ ଚଳିତମାସ ୨୩ ତାରିଖଠାରୁ ସେଙ୍ଗେଲର ରାଷ୍ଟ୍ରୀୟ ସଭାପତି ସାଲଖାନ ମୁର୍ମୁଙ୍କ ଆବାହନରେ ସାର୍ଣ୍ଣା ଧର୍ମର ସରକାରୀ ମାନ୍ୟତା ପାଇଁ ଦାବି ଉଠିଛି । ସେହିଭଳି ସାନ୍ତାଳୀ ଭାଷାକୁ ଝାରଖଣ୍ଡର ପ୍ରଥମ ରାଜ-ଭାଷା, ଓଡ଼ିଶାରେ ଦ୍ୱିତୀୟ ରାଜ-ଭାଷା ମାନ୍ୟତା ପାଇଁ “ସେଙ୍ଗେଲ’ ଅଭିଯାନ ପକ୍ଷରୁ ସାର୍ଣ୍ଣା ଧର୍ମ କୋଡ଼ରେ ସାମିଲ କରିବାର ଦାବିରେ ସାନ୍ତାଳୀ ଭାଷାରେ “ଶାଗାଳ’ ବା ରଥ ଚଳିତ ବର୍ଷର ଶେଷ ପର୍ଯ୍ୟନ୍ତ ପାଞ୍ଚଟି ରାଜ୍ୟରେ ପ୍ରତ୍ୟେକ ଆଦିବାସୀ ଗ୍ରାମରେ ଜନଜାଗରଣ ନିମନ୍ତେ ଚଳାଇ ଏକତା କରିବା ପାଇଁ ପ୍ରୟାସ କରିବ । ପୁନଶ୍ଚ ଡିସେମ୍ବର ୩୦କୁ ଅଖିଳ ଭାରତୀୟ ସାନ୍ତାଳୀ ଶିକ୍ଷା ପରିଷଦର ସ୍ଥାପନ ଦିବସ ପାଳନ କରାଯିବାକୁ ପ୍ରକାଶ କରିଥିବା ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଉପସଭାପତି ରବୀନ୍ଦ୍ର ନାଥ ସରେନ, ସମ୍ପାଦକ ଦୁର୍ଗା ମୁର୍ମୁ, ସହସମ୍ପାଦକ ମେଘରାୟ ହେମ୍ବ୍ରମ ସମସ୍ତେ ଆଦିବାସୀ ସେଙ୍ଗେଲ ଅଭିଯାନ କଟକ ଜିଲ୍ଲା, ମାଝୀବାବା ଉତ୍ତମ ହାଁସଦା, ନାଏକେ ସୁକୁଲ ବାସ୍କେ, କାସରାୟ କିସ୍କୁ, ରାମଚନ୍ଦ୍ର ଟୁଡୁ, ବିପ୍ର ମାରାଣ୍ଡି, ଗୋପାଳ ମାରାଣ୍ଡି, ସୋମନାଥ ମାରାଣ୍ଡି କାନ୍ଦରାୟ ହେମ୍ବ୍ରମ, ମଙ୍ଗଲ ମୁର୍ମୁ, ନନ୍ଦକିଶୋର କିସ୍କୁ, ନିମଚାନ୍ଦ ଟୁଡୁ, ନିମାଇଁ ସରେନ, ଭଜନା ସୋରେନ, ମୁକୁନ୍ଦ ହେମ୍ବ୍ରମ, ଲାଲମୋହନ

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *