କଟକରେ ରଥ ଯାତ୍ରା ପ୍ରସ୍ତୁତି ନିରୀକ୍ଷଣ କଲେ ସିଏମସି ମେୟର ଓ କମିଶନର

କଟକରେ ରଥ ଯାତ୍ରା ପ୍ରସ୍ତୁତି ନିରୀକ୍ଷଣ କଲେ ସିଏମସି ମେୟର ଓ କମିଶନର

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକ ସହରରେ ଶ୍ରୀଗୁଣ୍ଡିଚା ପରିପ୍ରେକ୍ଷୀରେ ପବିତ୍ର ରଥ ନେଇ ବିଭିନ୍ନ ଦିଗରୁ ପ୍ରସ୍ତୁତି ଜୋରଦାର ଚାଲିଛି । କେଉଁଠି ରଥ ତିଆରି ଚାଲିଛି ତ ଆଉ କେଉଁଠି ନୀତିକାନ୍ତି ନେଇ ଆଲୋଚନା । ଏହି ପରିପ୍ରେକ୍ଷୀରେ ସିଏମସି ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ନିରୀକ୍ଷଣ କରାଯାଇଛି । ଆଜି ସନ୍ଧ୍ୟା ୫ଟା ସମୟରେ ମେୟର ସୁବାସ ସିଂହ ଓ କମିଶନର ନିଖିଲ ପବନ କଲ୍ୟାଣ ବିଭିନ୍ନ ମନ୍ଦିର ଯାଇ ରଥଯାତ୍ରା ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ । ଉଭୟେ ଚାନ୍ଦିନଚୌକରୁ ନିରୀକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରି ଦୋଳମୁଣ୍ଡାଇ, ରାଣୀହାଟ ଯୋବ୍ରା, ମହାନଦୀ ବିହାର ଇତ୍ୟାଦି ସମସ୍ତ ଅଞ୍ଚଳ ଯେଉଁ ଠାରେ ରଥଯାତ୍ରା କାର୍ଯ୍ୟକ୍ରମ କରାଯାଉଛି ସେ ସବୁ ଅଞ୍ଚଳ ପରିଦର୍ଶନ କରି; କିପରି ରଥ ଯାତ୍ରା କଟକରେ ସୁରୁଖୁରରେ ସମ୍ପାଦନ କରାଯାଇପାରିବ ସେଥି ପାଇଁ ଭିନ୍ନ ଭିନ୍ନ ରଥଯାତ୍ରା କମିଟି ଓ ସେଠାକାର ମୂରବୀମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଚାନ୍ଦିନୀଚୌକ ଅଞ୍ଚଳର ଭିକାରୀ ଦାସ, ବାବୁ ସିଂହ, କର୍ପୋରେଟର ଆରତୀ ସାହୁ, ବିଜୟ ଦଳେଇ, ବିଶ୍ୱନାଥ ଦାସ ଦୋଳମୁଣ୍ଡାଇ ଠାରେ ପୂର୍ବତନ କର୍ପୋରେଟର ତଥା ନିରାମୟ ରାଜ୍ୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, କର୍ପୋରେଟର ତଥା ସ୍ୱାସ୍ଥ୍ୟକମିଟି ଅଧ୍ୟକ୍ଷା ଦିପ୍ତିମୟୀ ମୂଲିଆ, ଲିଙ୍ଗରାଜ ହାତୀ, କର୍ପୋରେଟର ସୁମିତ୍ରା ବସ୍ତିଆ, ରାଣୀହାଟଅଞ୍ଚଳର ବିଜୟ ସାହୁ, ଯୋବ୍ରା ଅଞ୍ଚଳର ଅମ୍ବିକା ପ୍ରସାଦ ସାମଲ, ଶୁଭେନ୍ଦୁ ମହାନ୍ତି, କାଶୀନାଥ ନାୟକ, ଉପେନ୍ଦ୍ର ମହାପାତ୍ର, ଭରତ ଚନ୍ଦ୍ର ନାୟକ, କର୍ପୋରେଟର ସ୍ୱର୍ଣ୍ଣ ପ୍ରଭା ପଶାୟତ, ଝିଲି ବିହାରୀ ମହାନଦୀ ବିହାର ଅଞ୍ଚଳର ସଞ୍ଜୟ କୁମାର ସାହାଣୀ, ଚତୃଭୂଜ ମହାପାତ୍ର,ରବୀନ୍ଦ୍ର ନାଥ ତ୍ରିପାଠୀ, ସଞ୍ଜୟ ଜେନା, ହିମାଂଶୁ ଷଡ଼ଙ୍ଗୀ, ରମାକାନ୍ତ ଲେଙ୍କା ଜଗନ୍ନାଥ ସ୍ୱାଇଁ, ଦେବେନ୍ଦ୍ର ପାଣିଗ୍ରାହୀ, କେ. ନିଖିଲ କୁମାର ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରାକୁ କିଭଳି ବ୍ୟବସ୍ଥିତ ଢଙ୍ଗରେ ପାଳନ କରାଯିବ ସେ ନେଇ ମେୟର ଓ କମିଶନରଙ୍କ ସହ ଆଲୋଚନା କରିଥିଲେ । ମହାପ୍ରଭୁଙ୍କ ରଥଯାତ୍ରାର ରଥପଥରେ ହେବାକୁ ଥିବା ସମସ୍ତ କାର୍ଯ୍ୟର ଫୁଙ୍ଖାନୁ ଫୁଙ୍ଖ ଭାବେ ତଦାରଖ କରି ଆସନ୍ତା ୧୫ ତାରିଖ ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ କରିବା ନିମନ୍ତେ ମେୟର ଓ କମିଶନର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *