କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ବିରୁଦ୍ଧରେ ସୁବାସ ସଂଗଠନ ପକ୍ଷରୁ ପୁଣି ଅଭିନବ ପ୍ରତିବାଦ

କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ବିରୁଦ୍ଧରେ ସୁବାସ ସଂଗଠନ ପକ୍ଷରୁ ପୁଣି ଅଭିନବ ପ୍ରତିବାଦ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଭିନ୍ନ ସମୟରେ ଜନସାଧାରଣଙ୍କ ସମସ୍ୟାକୁ ନେଇ ନିଆରା ଢଙ୍ଗରେ ପ୍ରତିବାଦ କରୁଥିବା ସୁଭାଷ ସଙ୍ଗଠନ ପକ୍ଷରୁ ବିପର୍ଯ୍ୟସ୍ତ ରାସ୍ତାଘାଟ ବିରୁଦ୍ଧରେ ଆଜି ପୁଣି ଏକ ଅଭିନବ ଆନ୍ଦୋଳନ କରାଯାଇଛି । ଆଗକୁ ଦଶହରା, କାଳୀପୂଜା, ବାଲିଯାତ୍ରା, ସହର ମଧ୍ୟକୁ ଲକ୍ଷଲକ୍ଷ ଲୋକ ଯିବା ଆସିବା କରିବେ, ମାତ୍ର ସହରର ତମାମ ରାସ୍ତାଗୁଡିକ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସ୍ଥାନେ ସ୍ଥାନେ ଜୀବନ ନେଲା ଭଳି ଖାଲ ସୃଷ୍ଟି ହେବା ଯୋଗୁଁ ସହରବାସୀ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାତ୍ର ସବୁ ଜାଣିବି ଆର.ଆଣ୍ଡ୍‌.ବି ଡିଭିଜନ୍ ସ୍ଥାଣୁ ପାଲଟିଛି । ପ୍ରତିଦିନ ସହର ଉପକଣ୍ଠରେ ଦୁର୍ଘଟଣା ଯୋଗୁଁ ଧନଜୀବନ ହାନୀ ହେବା ସହିତ ସହରବାସୀ ମୃତାହତ ହେଉଛନ୍ତି । ବିଭାଗ ପାଖରେ ରାସ୍ତା ମରାମତି ନିମନ୍ତେ ବାଲି, ଗୋଡ଼ି, ସିମେଣ୍ଟର ଅଭାବ ଥିବା ଅନୁଭବ କରି ସୁଭାଷ ସଙ୍ଗଠନର କାର୍ଯ୍ୟକର୍ତ୍ତାମାନେ ତିନୋଟି ହାଣ୍ଡିରେ ବାଲି, ଗୋଡ଼ି, ସିମେଣ୍ଟ ନେଇ ବିଭାଗୀୟ ଅଧିକାରୀଙ୍କୁ ଭେଟି ସ୍ୱରୂପ ପ୍ରଦାନ କରିବା ପାଇଁ ଉଦ୍ୟମ କରିଥିଲେ । ସଙ୍ଗଠନର ସଭାପତି ଆଶୁତୋଷ ଦାସଙ୍କ ଅଭିଯୋଗ ଅନୁସାରେ ସହରର ତମାମ ଅନେକ ରାସ୍ତା ବାରମ୍ବାର କାମ ହେବାର ନଜିର୍ ରହିଛି ମାତ୍ର ନିମ୍ନମାନର କାମ ଯୋଗୁଁ ଏହା ଦୀର୍ଘସ୍ଥାୟୀ ହେଉନାହିଁ । ସାଧାରଣ ଜନତା ଏଥି ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଟିକସ ପଇସାକୁ ବାଟମାରଣ କରିବାର ଏହି ବ୍ୟବସ୍ଥାକୁ ବିଭାଗ ତୁରନ୍ତ ବନ୍ଦ କରି ସହରବାସୀଙ୍କର ସୁରକ୍ଷିତ ଯାତାୟତ ପାଇଁ ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ସହର ତମାମ କରାଯିବ ବୋଲି ଚେତାବନୀ ଦିଆଯାଇଛି । ମୁକେଶ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁରେଶ ମହାନ୍ତି, ଗୁରୁପ୍ରସାଦ ସାହୁ, ଜ୍ଞାନ ରଞ୍ଜନ ଦାସ, ବାପୁଜୀ କର, ଜଗମୋହନ ଜେନା, ସୌମ୍ୟରଞ୍ଜନ ପଣ୍ଡା, ସତ୍ୟରଞ୍ଜନ ପଣ୍ଡା, ଅଭିଷେକ ନନ୍ଦ, ଅନ୍ନଦା ମହାନ୍ତି, ହାଡ଼ିବନ୍ଧୁ ସାହୁ, ମଣ୍ଟୁ ସାହୁ, ସରୋଜ ମହାକୁଡ଼, ତପନ ଶତପଥି, ବିଜୟ ସାହୁ, ଲୋକନାଥ ସାହୁ, ରାକେଶ ବସ୍ତିଆ, ପଞ୍ଚାନନ ମଲ୍ଲିକ, ଦିପ୍ତୀରଞ୍ଜନ ମଲ୍ଳିକ, ମନୋଜ ବେହେରା, ଦିବାକର ସାହୁ, ଆଶିଷ ମହାପାତ୍ର, ସୁଦର୍ଶନ ବେହେରା, ସଂଜୀବ ଶୁକ୍ଳ, ଉମାଶଙ୍କର ସାମଲ, ଅମରେନ୍ଦ୍ର ମହାନ୍ତି, ଦିଲ୍ଲିପ ପଣ୍ଡା, ଶିବପ୍ରସାଦ ପଣ୍ଡା, ଶିବପ୍ରସାଦ ମିଶ୍ର, ସଂଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *