କଟକରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର

କଟକରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର

News by Padmalochan Mishra (Cuttack)

କଟକ(ଏନ୍‍.ଏମ୍‍.): କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ନୂଆପାଟଣା ଠାରେ ୨୦୧୦ ମସିହାରୁ ନିର୍ମାଣ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟ-୨ର କାର୍ଯ୍ୟ ମନ୍ଥର ଏବଂ ଅନ୍ୟତ୍ର ଉଠିଯିବା ପାଇଁ ଷଡଯନ୍ତ୍ର ହେଉଥିବା ଆଶଙ୍କାରେ ପରିଷଦ ପକ୍ଷରୁ ପ୍ରତିବାଦ କରାଯାଇ ଏହାକୁ ତ୍ୱରିତ ନିର୍ମାଣ କରିବା ପାଇଁ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କ ଏକ ସ୍ମାରପତ୍ର ପ୍ରଦାନ କରାଯାଇଛି । ଆମ୍ବେଦକର ସ୍ମୃତି ପରିଷଦ ସହିତ ନୂଆପଡାର ଶତାଧିକ ମୁରବୀ ଓ ଯୁବକମାନେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ସ୍ଥଳରୁ ଏକ ଶୋଭାଯାତ୍ରାରେ ଆସି ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରିଷଦର ସଭାପତି ତଥା ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ଆରଡିସିଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିବା ସହ ଯଦି ଏହାକୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରାନଯାଏ ତେବେ ଆଗାମୀଦିନରେ ଆନ୍ଦୋଳକୁ ଜୋରଦାର କରାଯିବବୋଲି ଶ୍ରୀ ସେଠୀ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ସମାବେଶରେ ନୂଆପଡାର ମୁରବୀ ରମେଶ ଚନ୍ଦ୍ର ନାୟକ, ସଂଗ୍ରାମ ପଶାୟତ, ଜିତେନ୍ଦ୍ର ପଶାୟତ, ସରୋଜ ଦାସ, ରବିନ୍ଦ୍ର ମହାନ୍ତି, ଅସିତ୍ ପଶାୟତ, ସପନ କୁମାର ବେହେରା, ଚୈତନ୍ୟ ସାମଲ, ଅମର ସାମଲ, ବଳରାମ ସ୍ୱାଇଁ, ବାସୁଦେବ ସାମଲ, ସଞ୍ଜୟ ମଲ୍ଲିକ, ରାଜେଶ କୁମାର ପଶାୟତ, ଶଶିଭୁଷଣ ମହାନ୍ତିଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *