କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା

କଟକ ମହାନଗର ୪୮ ଓ ୪୯ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା

ଫଟୋ: କାହ୍ନୁଚରଣ ପଣ୍ଡା (ଜଗତପୁର)

ଜଗତପୁର (ଏନ୍‌.ଏମ୍‌.): ସିଏମସି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ସରଗରମ ହେବାରେ ଲାଗିଚି । ଏହି ପରିପେକ୍ଷୀରେ ଜଗତପୁର ଅଞ୍ଚଳର ୪୮ନମ୍ବର ୱାର୍ଡ ସ୍ଥିତ ନିମପୁର କୃଷ୍ଣେଶ୍ୱର ଦୋଳ ସଭା ମଣ୍ଡପ ଓ ୪୯ନମ୍ବର ୱାର୍ଡର ତ୍ରୀନାଥ ସାହି ଆଦିବାସି ବସ୍ତି ପାଶ୍ୱର୍ ପଡିଆରେ ବିଜେଡିର ନିର୍ବାଚନୀ ସଭା ଅନୁଷ୍ଟିତ ହୋଇଯାଇଛି । ନିମପୁର କୃଷ୍ଣେଶ୍ୱର ମନ୍ଦିର ପାଶ୍ୱର୍ ପଡିଆରେ ୪୮ନମ୍ବର ୱାର୍ଡ ସଭାପତି ବିଜୟ କୁମାର ଭୂୟାଁ ସଭାପତିତ୍ୱ କରିଥିଲାବେଳେ ତ୍ରୀନାଥ ସାହି ପାଶ୍ୱର୍ ପଡିଆରେ ୪୯ନମ୍ବର ୱାର୍ଡ ସଭାପତି ନବ କିଶୋର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଉଭୟ ସଭାରେ ୪୮ନମ୍ବର ୱାର୍ଡ ପ୍ରାର୍ଥିନୀ ନଳିନୀ ବେହେରା ଓ ୪୯ନମ୍ବର ୱାର୍ଡ ପ୍ରାଥିନୀ ଦମୟନ୍ତୀ ମାଝି ଏବଂ ମେୟର ପ୍ରାଥି ସୁବାସ ସିଂଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ । ଏହି ଦୁଇ ଗୋଟି ସଭାରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମେୟର ପ୍ରାର୍ଥି ସୁବାସ ସିଂ ଓ ଉଭୟ ୱାର୍ଡର କର୍ପୋରେଟର ପ୍ରାର୍ଥିନୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବକ୍ତାମାନଙ୍କ ମଧ୍ୟରେ ତାପସ ମହାନ୍ତି, ଅନିତା ମହାନ୍ତି, ଲଳିତେନ୍ଦୁ ଶତପଥି, ଇତିଶ୍ରୀ ପଣ୍ଡା, ନାଗେଶ୍ୱର ବେହେରା, ଗୋପା ସାମଲ, ଅମର ନାୟକ, ପ୍ରଶାନ୍ତ ନାୟକ ବକ୍ତବ୍ୟ ପ୍ରଦାନ କରିଥିଲାବେଳେ ଦିଲ୍ଲିପ ଜେନା, ଅଜୟ ଜେନା, ପ୍ରସାନ୍ତ ସ୍ୱାଇଁ, ପ୍ରଭାତ ଜେନା, ସୁମିତ ସାମଲ, କଳ୍ପନା ଜେନା, ମାଧବାନନ୍ଦ ବିଶ୍ୱାଳ, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

/www.youtube.com/watch?v=sUPNQAIBiGw

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *