କଟକ ନଗର ବିଜେପି ପକ୍ଷରୁ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ

କଟକ ନଗର ବିଜେପି ପକ୍ଷରୁ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ

News by Kanhu Charan Panda (Cuttack)

କଟକ (ଏନ୍‌.ଏମ୍‌.): ଏନଡିଏ ରାଷ୍ଟ୍ରପତି ପ୍ରାର୍ôଥନୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅରୁଚିକର ମନ୍ତବ୍ୟ ଦେବା ପ୍ରତିବାଦରେ ଆଜି କଟକ ନଗର ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ସ୍ଥାନୀୟ କଟକ ଚଣ୍ଡିମନ୍ଦିର ନିକଟରେ ବିଜେପି କର୍ମକର୍ତ୍ତାମାନେ କଂଗ୍ରେସ ନେତା ଅଜୟ କୁମାର ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରଖିଥିବା ଏହି ମନ୍ତବ୍ୟକୁ ବିରୋଧ କରି ଅଜୟ କୁମାର ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ବିଜେପିର ନେତାମାନେ କହିଥିଲେ ଯେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ଆଦିବାସୀ, ମହିଳା ଓ ଗରୀବ ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି । କଂଗ୍ରେସ ଦଳର ନେତା ଏଭଳି କୁଶ୍ଚିତ ଆରୋପ କରି କେବଳ ଦ୍ରୌପଦୀ ମୁର୍ମୁଙ୍କୁ ନୁହେଁ, ଭାରତର ସମଗ୍ର ଆଦିବାସୀ ସମ୍ପ୍ରଦାୟ, ମହିଳା ଓ ଗରିବ ଲୋକଙ୍କୁ ଅପମାନିତ କରିଥିବାରୁ ଏଥିପାଇଁ କ୍ଷମା ମାଗିବାକୁ ପଡିବ । ଏହି ଅବସରରେ କଂଗ୍ରେସ ନେତା ଅଜୟ କୁମାର ଓ ରାହୁଳ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରି ବିଜେପି କର୍ମୀ ମାନେ କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଇଥିଲେ । ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ରଙ୍କ ପୌରୋହିତ୍ୟରେ ହୋଇଥିବା ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କଟକନଗର ସଭାପତି ଲଲାଟେନ୍ଦୁ ବଡୁ, ଶ୍ରୀତମ ଦାସ, ସିକନ୍ଦର ଅଲ୍ଲି, ରଶ୍ମିରେଖା ଦାସ, ଦେବାଶିଷ ରାୟ, ପ୍ରବୀଣା ମହାପାତ୍ର, ରତନ ମହାନ୍ତି, ନମିତା ମିଶ୍ର, ଶରତ ଭୋଳ, ଜୟକୃଷ୍ଣ ସ୍ୱାଇଁ, ମହମ୍ମଦ ସବିର, ଶିବ ନାଏକ, ସୁବାଷ ତ୍ରିପାଠୀ, ସଂଗ୍ରାମ ସିଂ, ୱାଇ. ୱାଣୀ, ସ୍ନେହମଞ୍ଜରୀ ମହାନ୍ତି, ତାରାପ୍ରସାଦ ମହାନ୍ତି, ରମେଶ ପ୍ରଧାନ, ବିଜୟ ସେଠୀ, କଲ୍ୟାଣୀ ମହଲା, ଶିଳ୍ପାସୌମିତ୍ରୀ ଗିରିଗୋସ୍ୱାମୀ, ଡେଜୀନା ବେହେରା, ଶାଶ୍ୱତ ନାଏକ, ସତ୍ୟଜିତ ମହଲା, ଜୀବନଜ୍ୟୋତି ଦାସ, ପ୍ରଦୀପ ତିୱାରୀ, ସତ୍ୟ ରଞ୍ଜନ ଦାସ, ସୌମ୍ୟରଂଜନ ଷଡଙ୍ଗୀ, ସତ୍ୟଜିତ ବାରିକ, ଅଲେଖ ନାଏକ, ରାଜେଶ ଜେନା, ଶମ୍ଭୁ ବେହେରା, ଅନିକେତ ଦାସ, ଅସିତ ପେଦିନି, ସୁଶାନ୍ତ କୁମାର ରଂଜିତ, ସତ୍ୟ ରଞ୍ଜନ ଦଳାଇ, ବିଜୟ କୁମାର ମଲିକ, ବିବେକ ଶର୍ମା, ଶ୍ରୀନିବାସ ରେଡି, ସଦାନନ୍ଦ ବିଶ୍ୱାଳ, ଶିବ ଦାସ, ରଶ୍ମି ମହାପାତ୍ର, ଅମ୍ରିତ ଆଚାର୍ଯ୍ୟ, ଜିତେନ୍ଦ୍ର ସାହୁ, ରାକେଶ ସାହୁ, ନିତୁ ଦାସ, ରୁନା ସାହୁ, କୃପାସିନ୍ଧୁ ବିଶ୍ୱାଳ, ଜିତୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *