କଟକ ଜିଲ୍ଲାରେ କୋଭିଡ ସଚେତନ ରଥର ଶୁଭାରମ୍ଭ

କଟକ(ଏନ୍.ଏମ୍.): କୋଭିଡ ସମ୍ବନ୍ଧୀୟ ସୂଚନା ଓ ବାର୍ତ୍ତା ଦୃଶ୍ୟଶ୍ରାବ ମାଧ୍ୟମରେ ଜନ ସଚେତନତାକୁ ଅଧିକ ବ୍ୟାପକ କରିବା ନିମନ୍ତେ ଜିଲ୍ଲାରେ ଏହାର ଆଜି ଶୁଭାରମ୍ଭ କରାଯାଇଛି। ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପତାକା ଦେଖାଇ ଜିଲ୍ଲାରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସଚେତନ ରଥ ଆଜିଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ୧୪ଟି ବ୍ଲକ ତଥା ମହା ନଗର ଅଞ୍ଚଳରେ ପ୍ରଚାର ପୁର୍ବକ ଭ୍ରମଣ କରିବ। ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ସ୍ବରୂପ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ,ଓଡ଼ିଶାର ମିଳିତ ଉଦ୍ୟମରେ ଏହି କୋଭିଡ ସଚେତନତା ରଥ ଦୃଶ୍ୟଶ୍ରାବ ମାଧ୍ୟମରେ ଜିଲ୍ଲା ମାନଙ୍କରେ ପ୍ରଚାର କରିବା ପାଇଁ ସ୍ଥିର କରାଯାଇଛି।ଏହି ପ୍ରଚାର ସମୟରେ ସଚେତନତା କାହାଣୀ “କେଉଁ ବେଳାରେ ଆସିଲା ଏଇ କରୋନା ଭୂତାଣୁ” ଗୀତ ଭିଜୁଆଲ ସହ ଅନ୍ୟାନ୍ୟ ଗୀତ ଗାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି କଟକରେ ଏହାର ଶୁଭାରମ୍ଭ ହୋଇ ବାରଙ୍ଗ ବ୍ଲକ ଅଭିମୁଖେ ଭ୍ରମଣ କରିଛି। ଆଜିର ଏହି ଶୁଭାରମ୍ଭ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପି ଡି, ଡି ଆର ଡି ଏ,  ଅମ୍ବର କୁମାର କର,ଜିଲ୍ଳା କୋଭିଡ ନୋଡାଲ ଅଧିକାରୀ, ଡ଼ା ଉମେଶ ରାୟଙ୍କ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଢଙ୍ଗୀ,ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଜ୍ଞାନପ୍ରିୟ କାନୁନଗୋଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ଜେନା,ସହକାରୀ ଜିଲ୍ଳାପାଳ ତଥା କୋଭିଡ ପରିଚାଳନା ଅଧିକାରୀ ଅଳକାରଣୀ ଦେବତା,ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଢଙ୍ଗୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *