କଟକ ଜିଲ୍ଲା ସ୍କାଉଟ୍ କାମ୍ପୋରୀ ଉଦଯାପିତ

କଟକ ଜିଲ୍ଲା ସ୍କାଉଟ୍ କାମ୍ପୋରୀ ଉଦଯାପିତ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଖାନନଗର ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ସ୍କାଉଟ୍ କାମ୍ପୋରୀ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ଶିବିରର ଉଦଯାପନୀ ଉତ୍ସବରେ ଜିଲ୍ଲା ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଭାରତ ସ୍କାଉଟ୍ ଗାଇଡର ଜାତୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ମୁଖ୍ୟ କମିଶନର ଡକ୍ଟର କାଳୀପ୍ରସାଦ ମିଶ୍ର ଯୋଗ ଦେଇ କହିଲେ ସମଗ୍ର ବିଶ୍ୱରେ ସ୍କ୍କାଉଟ୍ ହିଁ ଏକ ମାତ୍ର ଅନୁଷ୍ଠାନ ଯାହାକି ଛାତ୍ର ଛାତ୍ରୀମାନଙ୍କୁ ଯେ କୌଣସି ପ୍ରତିକୂଳ ପରିସ୍ଥିତି ଓ ସମସ୍ୟାକୁ ତତ୍କାଳ ସମାଧାନର ପନ୍ଥା ଦେଖାଇ ଥାଏ । ତେଣୁ ଛାତ୍ର ଛାତ୍ରୀମାନେ ସ୍କାଉଟର ତିନି ପ୍ରତିଜ୍ଞା ଓ ଆଦର୍ଶକୁ ପାଥେୟ କରି ନିଜ ଜୀବନକୁ ଗଢି ତୋଳିବା ଉଚିତ୍ । ରାଜ୍ୟ ସଂଗଠନ ଗାଇଡ କମିଶନର ଅନାମିକା ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଭିନ୍ନ ଗଳ୍ପ ଓ କାହାଣୀ ମାଧ୍ୟମରେ ଉପସ୍ଥିତ ସ୍କାଉଟ୍ ଓ ଗାଇଡମାନଙ୍କୁ ମୂଲ୍ୟ ବୋଧ ଭିତ୍ତିକ ଜୀବନର ଅନେକ ତାତ୍ତ୍ୱିକ ଉପଦେଶ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ଦୀପ୍ତି ମାୟୀ ଶୁଭଦର୍ଶିନୀ, ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ସୌଦାମିନୀ ଦାସ, ଶୁଭେନ୍ଦୁ କୁମାର ଭୂୟାଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ଗାଇଡ କମିଶନର ନିରୁପମା ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ତିନି ଦିନର ଏହି ଶିବିରକୁ ସଂଗଠନ କମିଶନର ପ୍ରଦୀପ୍ତ କୁମାର ମହାନ୍ତି, ରାଜ୍ୟ ତାଲିମ କମିଶନର ଚନ୍ଦ୍ର ଶେଖର ପରିଡ଼ା, ଜିଲ୍ଲା ତାଲିମ କମିଶନର ବିପିନି ବିହାରୀ କର ଓ ସରୋଜିନୀ ସାହୁ ରୋଭାର ଲିଡର ଶ୍ରୀମନ୍ତ କୁମାର ପଣ୍ଡା, ସନ୍ତୋଷ କୁମାର ତ୍ରିପାଠୀ, ସୌଦାମିନୀ ଖାଡଙ୍ଗା ଓ ଜିତେନ୍ କୁମାର ରାଉତ ଶିବିରକୁ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ମିହିର କୁମାର ପରିଡ଼ା, ସୂଲଚନା ଦାସ, ବିନୋଦ ନାୟକ, ଅନନ୍ତ ଦାସ, ସ୍କାଉଟ ମାଷ୍ଟର ଅଜୟ କୁମାର ଜଟ୍ଟ, ଗାଇଡ କାପଟେନ୍ ରଞ୍ଜିତା ପ୍ରଧାନ, ସୁଜାତା ମହାପାତ୍ର, ଜୟଧର୍ମ ସେନାପତି, ରଞ୍ଜିତ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ସ୍କାଉଟ୍ ଓ ଗାଇଡ ଛାତ୍ରଛାତ୍ରୀମାନଙ୍କ ସହିତ ବରିଷ୍ଠ ଗାଇଡ କାପ୍ଟେନ, ସ୍କାଉତ୍ ମାଷ୍ଟରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବ୍ଳକରୁ ଆସିଥିବା ଛାତ୍ର ଛାତ୍ରୀମାନେ ଚିତ୍ତାକର୍ଷକ ପିଯାଣ୍ଟ ଶୋ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *