କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍‌ର ଲୋଗୋ ଓ ଆଇକାର୍ଡର ଉନ୍ମୋଚନ

କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍‌ର ଲୋଗୋ ଓ ଆଇକାର୍ଡର ଉନ୍ମୋଚନ

News by Padmalochan Mishra (Cuttack)

କଟକ(ଏନ୍‍.ଏମ୍‍.): କଟକ ସିଡିଏ ସେକ୍ଟର -୯ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଡ଼ିଆ ଠାରେ କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍‌ର ଲୋଗ ଏବଂ ଆଇକାର୍ଡ଼(ପରିଚୟପତ୍ର) ଉନ୍ମୋଚନ ହୋଇଯାଇଛି । ସମ୍ପ୍ରତି ଟାଟା ମେଜିକ ଗାଡ଼ି ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ନେବା ଆଣିବାରେ ନିୟୋଜିତ ରହିଥିବାବେଳେ ଅଧିକ ବିଶ୍ୱସନୀୟତା ପାଇଁ ପରିଚୟପତ୍ରର ଆବଶ୍ୟକତା ରହିଛି । ତେଣୁ ସଂଘ ତରଫରୁ କଟକର ସମସ୍ତ ସ୍କୁଲ୍ ଗାଡ଼ିରେ ଲୋଗୋ ଲଗାଇବା ସହିତ ଡ୍ରାଇଭର ମାନଙ୍କ ପାଇଁ ଆଇଡି କାର୍ଡ ପ୍ରଦାନ କରାଯାଇଥିଲା । ତେବେ ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅତିଥି ଭାବରେ ଭାରତୀୟ ମଜଦୁର ସଂଘର ବରିଷ୍ଠ ରାଜ୍ୟ କାର୍ଯ୍ୟକର୍ତ୍ତା ତଥା ଉକ୍ତ ସଂଘର କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ସାହୁ ଯୋଗଦେଇ ଯାନବାହନ ଚାଳକ ମାନେ ପାସେଞ୍ଜର ନେବା ଆଣିବା କରିବା ସମୟରେ ବିଶ୍ୱସନୀୟତା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି କହିଥିଲେ । ଏଥି ସହିତ ପାସେଞ୍ଜରଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱଦେଇ କାର୍ଯ୍ୟକରିବା ଆବଶ୍ୟକ । ତେବେ କଟକରେ ବହୁ ଅଟୋଚାଳକ ନିଜ ସଚ୍ଚୋଟତାର ପରିଚୟ ଦେଇ ବିଭିନ୍ନ ମହଲରେ ପ୍ରଶଂସିତ ହୋଇ ପାରିଛନ୍ତି । ଏହା କଟକର ଅଟୋଚାଳକଙ୍କର ଏକ ଗର୍ବ ଓ ଗୌରବ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ କଟକ ଅଟୋ ମହାସଂଘର ସାଧାରଣ ସମ୍ପାଦକ ଶୈଳେନ୍ଦ୍ର କୁମାର ଧଳ, ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀ, ଆସୋସିଏସନ୍‌ର ସାଧାରଣ ସମ୍ପାଦକ ତୋଫାନ କୁମାର ବିଶ୍ୱାଳ, ସଂଗଠନ ସମ୍ପାଦକ ସୁଦାମ ଜେନା, ଉପସଭାପତି ପ୍ରଦୀପ କୁମାର ମିଶ୍ର, ସହ-ସମ୍ପାଦକ କବିନ୍ଦ୍ର କୁମାର ମଲ୍ଲିକ, କୋଷାଧ୍ୟକ୍ଷ ସୁଧାଂଶୁ କୁମାର ଷଡ଼ଙ୍ଗୀ, କମିଟି ମୁଖ୍ୟ ଗଗନ ବିହାରୀ ଦାସ ଏବଂ ସମସ୍ତ କାର୍ଯ୍ୟକାରୀ କମିଟିର ସଦସ୍ୟ, ଶହେରୁ ଉର୍ଦ୍ଧ୍ୱ ସ୍କୁଲ ଗାଡ଼ି ଚାଳକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *