କଂଗ୍ରେସ ଆହ୍ୱାନରେ ଏକତ୍ରିତ ହେଲେ ରାଜ୍ୟର ସମସ୍ତ ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦ

କଂଗ୍ରେସ ଆହ୍ୱାନରେ ଏକତ୍ରିତ ହେଲେ ରାଜ୍ୟର ସମସ୍ତ ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଓଡ଼ିଶାର ସମସ୍ତ ଅଣବିଜେପି ଓ ବିଜେଡି ରାଜନୈତିକ ଦଳର ଶୀର୍ଷ ନେତୃବୃନ୍ଦ ଭୁବନେଶ୍ୱର ସ୍ଥିତ ହୋଟେଲ କେଶରୀର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ବୈଠକରେ ଯୋଗଦାନ କରିଥିଲେ । ସାଂପ୍ରତିକ ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପରିସ୍ଥିତିର ଘୋର ଅବକ୍ଷୟ, ଏପରିକି ରାଜ୍ୟର ୨୪ ବର୍ଷର ବିଜେଡି ସରକାର ଅପାରଗତା ଓ କେନ୍ଦ୍ରର ୯ ବର୍ଷର ବିଜେପି ସରକାର ଜନବିରୋଧି ନୀତି ଯୋଗୁଁ ଜନସାଧାରଣଙ୍କ ଜନ ଜୀବନ ଅତ୍ୟନ୍ତ ଜଟିଳ ଓ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତ୍ତ୍ୱବିଜୁଜନତା ଦଳର ସରକାର ଓଡ଼ିଶାର କୃଷକ, ଯୁବକ, ମହିଳା, ଶ୍ରମିକ ଏପରିକି ଛାତ୍ରଛାତ୍ରୀ ମାନଙ୍କର ଆଗାମୀ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛି । ରାଜ୍ୟର ଉତ୍କଟ ଦାରିଦ୍ର‌୍ୟତା, ଦରଦାମ ବୃଦ୍ଧି, ବିଜୁଳି ଦରବୃଦ୍ଧି ଏବଂ ବିଜୁଳି କାଟ, ଶ୍ରମିକ ଶୋଷଣ ନୀତି, ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଆଜି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି କିନ୍ତୁ ୨୩ ବର୍ଷର ସରକାରର ସାମାନ୍ୟତମ ନିଷ୍ଠା ନାହିଁ, ରାଜ୍ୟ ବିକାଶ ପ୍ରତି ପ୍ରତିବଦ୍ଧତା ନାହିଁ । ଅନ୍ୟପଟରେ ଭାରତ ବର୍ଷର ସମ୍ବିଧାନ, ଗଣତନ୍ତ୍ର, ଐକ୍ୟ ଓ ବିଭିନ୍ନତାକୁ ଆଜି ଖଣ୍ଡବିଖଣ୍ଡିତ କରିବା ସହିତ ସମାଜରେ ଧୃବିକରଣ ସୃଷ୍ଟି କରିବାରେ ଲାଗିଛନ୍ତି । ଦିନକୁ ଦିନ ଏହିସବୁ ଶକ୍ତିମାନେ ଅଧିକ ଶକ୍ତିଶାଳୀ ହୋଇ ଦେଶ ଓ ରାଜ୍ୟରେ ଜନସାଧାରଣଙ୍କର ପ୍ରଭୁତ କ୍ଷତି କରୁଥିବା ଭଳି ସମସ୍ୟାକୁ ନେଇ ଆଜି କଂଗ୍ରେସ ସମେତ ୯ଟି ରାଜନୈତିକ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗଦାନ କରିଥିଲେ । ବୈଠକର ନିଷ୍ପତି ଅନୁସାରେ ଅଗଷ୍ଟମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଠାରେ ସମସ୍ତ ଅଣ ବିଜେଡ଼ି ଓ ଅଣ ବିଜେପି ରାଜନୈତିକ ଦଳ ମାନଙ୍କର ଏକ ରାଜନୈତିକ ସମ୍ମିଳନୀ ହେବ । ପ୍ରକାଶଥାଉକି ପ୍ରଦେଶ କଂଗ୍ରେସ ସଭାପତି କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଆବାହକ ଦାୟିତ୍ୱ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ରାଜ୍ୟର ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ରଣ କୌଶଳର ଖସଡ଼ା ପ୍ରସ୍ତୁତ ହେବ । ୨୦୨୪ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡ଼ିକୁ ପରାସ୍ତ କରିବାକୁ ପଡ଼ିବ । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ଜନବିରୋଧି କାର୍ଯ୍ୟକ୍ରମ ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ଥିବା ସମସ୍ତ ରାଜନୈତିକ ନେତୃବୃନ୍ଦମାନେ ପ୍ରକାଶ କରିଛନ୍ତି । ଏହି ବୈଠକରେ କଂଗ୍ରେସ ଦଳ ପକ୍ଷରୁ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ବିଜୟ ପଟ୍ଟନାୟକ, ସିପିଆଇ (ଏମ)ର ଅଳି କିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ସିପିଆଇର ଅଭୟ ସାହୁ, ଡାକ୍ତର ପ୍ରଶାନ୍ତ ମିଶ୍ର, ରାଷ୍ଟ୍ରୀୟ ଜନତା ଦଳର ହେମନ୍ତ କୁମାର ମିଶ୍ର, ସୌଦାମିନି ସାମନ୍ତରାୟ, ସମାଜବାଦୀପାର୍ଟି ରାଜ୍ୟ ସଭାପତି ରବି ବେହେରା, ସଞ୍ଜୟ ନାୟକ, ସମତାକ୍ରାନ୍ତିର ପ୍ରଭାସ ସାମନ୍ତରାୟ, ଆରପିଆଇ ଅବୁଦଲ ୱାଲି, ଆମଆଦ୍‌ମୀ ପାଟିର ସଞ୍ଜିବ ମହାନ୍ତି, ଟିଏମସିର ନନ୍ଦନ ପାଳ ଇତ୍ୟାଦି ପ୍ରମୁଖ ନେତୃବର୍ଗ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *