ଓଡ଼ିଆ ପୁଅର କୃତିତ୍ୱ: ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦର୍ଶନ କଲେ ଚିନ୍ମୟ

ଓଡ଼ିଆ ପୁଅର କୃତିତ୍ୱ: ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦର୍ଶନ କଲେ ଚିନ୍ମୟ

News by Ajit Kumar Mallick (Konark, Puri)

କୋଣାର୍କ/ପୁରୀ(ଏନ୍‌.ଏମ୍‌.): ସାରା ବିଶ୍ୱରେ ଏବେ ନିଜର ପରିଚୟ ସୃଷ୍ଟିକରିବାରେ ଲାଗିଛି ଓଡ଼ିଆ ପୁଅ । ବିଦେଶରେ ବାଣିଜ୍ୟ କାରବାର କ୍ଷେତ୍ରରେ ନୌବାଣିଜ୍ୟକୁ ନେଇ ଏହି ଓଡ଼ିଆ ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରି ଏକ ସ୍ୱତନ୍ତ୍ର ଇତିହାସ ରଚିଥିବାବେଳେ ଏବେ ଗୋଟିଏ ପରେ ଗୋଟିଏ ଓଡ଼ିଆ ପୁଅ ନିଜର ସ୍ଥିତିକୁ ଜାହିର କରିଛି ସାରା ବିଶ୍ୱରେ । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ଆଜି ଓଡ଼ିଶା ମାଟିକୁ ଗୌରବାନ୍ୱିତ କରି ପାରିଛି । ନିକଟ ଅତୀତରେ ବହୁ ଓଡ଼ିଆ ନିଜର ପରାକାଷ୍ଠା ବଳରେ ସ୍ଥିତି ବଜାୟ ରଖିଥିବାବେଳେ ପୁଣି ଏବେ ପୁରୀ ରଘୁରାଜପୁରର ଓଡ଼ିଆ ପୁଅ ସାଉଥ ଆଫ୍ରିକାର କିଲିମାଞ୍ଜା ପର୍ବତ ଶୃଙ୍ଗରେ ଓଡ଼ିଶାର ଆରାଧ୍ୟ ଦେବତା ତଥା ସାରା ବିଶ୍ୱବନ୍ଦନୀୟ ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ଫଟୋ ଲଗାଇ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି । ଯାହା ଆମ୍ଭ ସମସ୍ତ ଓଡ଼ିଆଙ୍କ ମାନ ଆଉ ଗୌରବ ପାଲଟି ଯାଇଛନ୍ତି ।
ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶର ପଟଚିତ୍ର ପ୍ରଦର୍ଶନ କରିଛନ୍ତି । ଆଜି (ଗୁରୁବାର) ଚିନ୍ମୟ ଏହି ଶୃଙ୍ଗ ଆରୋହଣ କରି ନାଗାର୍ଜ୍ଜୁନ ବେଶ ସହ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ । ଏହି ଯାତ୍ରା ପାଇଁ ରାଜ୍ୟ ସରକାର, ଓଏମ୍‌ସି ଏବଂ ଜିଲ୍ଲା ପ୍ରଶାସନ ଚିନ୍ମୟଙ୍କୁ ସହଯୋଗ କରିଥିଲେ । ଚିନ୍ମୟ ଚଳିତ ମାସ ୩ ତାରିଖରେ ସାଉଥ୍ ଆଫ୍ରିକାର କିଲିମାଞ୍ଜାର ଶୃଙ୍ଗର ୧୯,୩୪୧ଫୁଟ ଆରୋହଣ କରିବା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିଲେ । ଏହି ସଫଳତା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଚିନ୍ମୟ କେବଳ ନିଜ ପାଇଁ ନୁହେଁ ବରଂ ସାରା ଓଡ଼ିଶା ପାଇଁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ସମ୍ମାନର ପାତ୍ର ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *