ଓଡିଶା ଶିଳ୍ପସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଓଡିଶା ଶିଳ୍ପସଂଘ ପକ୍ଷରୁ ସମ୍ବର୍ଦ୍ଧନା

News by Kanhu charana Panda (Cuttack)

କଟକ(ଏନ୍‌.ଏମ୍‌.): ଓଡିଶା ଶିଳ୍ପସଂଘ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀ ଜଗତପୁର ସ୍ଥିତ ଶିଳ୍ପ ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସିଏମସି ମେୟର ସୁବାସ ସିଂହ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ଶିଳ୍ପ ସଂଘ ଅଧ୍ୟକ୍ଷ ଅବନୀ କାନୁନଗୋ ସମ୍ବର୍ଦ୍ଧିତ କରିଥିଲେ । ସଂଘ ଅଧ୍ୟକ୍ଷ ଶ୍ରୀ କାନୁନଗୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜଗତପୁର ଶିଳ୍ପାଞ୍ଚଳରେ ସମ୍ପ୍ରତି ୬୩୫ ଶିଳ୍ପ ଥିବା ବେଳେ ଏଠାରେ ୧ହଜାରରୁ ଉର୍ଦ୍ଧ ଶ୍ରମିକ କାମ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୫ଶହ ମହିଳା କାମ କରି ନିଜ ପରିବାର ପ୍ରତି ପୋଷଣ କରୁଛନ୍ତି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଜଗତପୁର ଶିଳ୍ପାଞ୍ଚଳ କେବଳ ଜଗତପୁର କାହିଁକି ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକଙ୍କୁ ରୋଜଗାର ଯୋଗାଇ ପାରିଛି । ଏଥି ସହିତ ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଏକ ନୂତନ ବିପ୍ଲବ ସୃଷ୍ଟି କରିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ଏଠାରେ ଶିଳ୍ପ ପ୍ରତିଷ୍ଠା ଉଦ୍ୟୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ସମାଧାନ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବା ଯୋଗୁଁ ଶିଳ୍ପ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଥିଲେ । ଜଗତପୁର ଶିଳ୍ପାଞ୍ଚଳର ମୁଖ୍ୟତଃ ଡ୍ରେନ ସମସ୍ୟା ଓ ବିଦ୍ୟୁତ ଟ୍ରାନ୍ସଫରମର ସ୍ଥାପନ କରିବା, ବିଭିନ୍ନ ସମୟରେ ଶିଳ୍ପାନୁଷ୍ଠାନକୁ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବାରେ ଅବହେଳା କରାଯାଉଥିବାରୁ ଏଥିପ୍ରତି ସରକାର ଦୃଷ୍ଟି ଦେବା ପାଇଁ ସଭାରେ ନିବେଦନ କରାଯାଇଥିଲା । ଏହି ଅବସରରେ ଶିଳ୍ପ ସଂଘ ପକ୍ଷରୁ ଏହି ଅଞ୍ଚଳର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଶିଳ୍ପ, ଏମ୍‌ଏସଏମଇ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଅନୁରୋଧ କରାଯାଇଛି । ଏଥି ସହିତ ସଭାରେ କିଛି ଶିଳ୍ପଦ୍ୟୋଗୀମାନେ ସେମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଦୀର୍ଘ ୪୦ ବର୍ଷର ଏହି ଶିଳ୍ପାଞ୍ଚଳରେ ବହୁ ସମସ୍ୟାରେ ରହିଥିବାରୁ ଏହାର ତୁରନ୍ତ ସମାଧାନ ଦିଗରେ ମନ୍ତ୍ରୀ ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଏହି ସଭାରେ ଶିଳ୍ପପତି ଦେବେନ ରାୟ, ରାଜେଶ କାନୁନଗୋ, ପୁଷ୍ପା ସାମଲ, ସୁଧାକର ସ୍ୱାଇଁ, ଅଜୟ ପଣ୍ଡା, ଭବାନୀ ପଣ୍ଡିତ, ଦେବେନ୍ଦ୍ର ଶର୍ମା, ରୁଦ୍ର ଆଚାର୍ଯ୍ୟ, ଅନିରୁଦ୍ଧ ପୁହାଣ, ଜିଏସ ଆଚାର୍ଯ୍ୟ, ପ୍ରିୟନାଥ ମହାନ୍ତି, ରାମ ନାୟକ, ଅନିଲ ଜେନା, ସୁଭ୍ରକାନ୍ତ ପଣ୍ଡାଙ୍କ ସମେତ ବହୁ ଶିଳ୍ପଦ୍ୟୋଗୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *