ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ

ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଠାରେ ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର କୁମାର ଦାସ ଉଦଘାଟନ କରିଥିଲା ବେଳେ ବିଶିଷ୍ଟଗାନ୍ଧୀବାଦି ସମାଜ ସେବୀ ଏସ ଏ ସଫିକ ଅଧ୍ୟକ୍ଷତା କରିଥିଲେ । ନମସ୍କାର କମ୍ୟୁନିଟି ମିଡିଆ ନେଟୱାର୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ତଥା ସାମ୍ବାଦିକ ଏନ୍‌.ଏ. ଶାହା ମିଡ଼ିଆ ସମିଟ ଓ ସମ୍ମାନ ସମ୍ପର୍କରେ ପ୍ରାକ୍ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ୟୁନିସେଫର ମିଡିଆ ପରାମର୍ଶଦାତା ଶାରଦା ଲାହାଙ୍ଗି, ଆକ୍ସନ ଏଡ ଆଞ୍ଚଳିକ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ଅନଲାଇନରେ ନେପାଳ, ଶ୍ରୀଲଙ୍କା ଓ ବାଂଲାଦେଶର ଗୋଷ୍ଠୀ ବେତାର ଆନ୍ଦୋଳନର ବ୍ୟକ୍ତିତ୍ୱମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର ଦ୍ୱିତୀୟ ପର୍ଯ୍ୟାୟରେ ଆକ୍ସନ ଏଡ ଇଣ୍ଡିଆ ନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ଚାଚରା, ଆକ୍ସନ ଆଡ ଇଣ୍ଡିଆ ଆଞ୍ଚଳିକ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ପୁରୀ ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଆକ୍ସନ ଏଡ ଇଣ୍ଡିଆ ପ୍ରକଳ୍ପ ଅଧିକାରୀ ବି.ଏନ ଦୁର୍ଗା, ଶୋଭାକର ବେହେରା ପ୍ରମୁଖ ଅତିଥି ରୂପେ ଯୋଗଦେଇ ପରିବେଶ ସନ୍ତୁଳନ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ନିଜର ମତାମତ ରଖିଥିଲେ । ଏଥିରେ ଅଂଶଗ୍ରହଣକାରୀ ମାନେ ନିଜର ଅଭିଜ୍ଞତା କହିଥିଲେ । ଏଇ ମିଡିଆ ମହାକୁମ୍ଭରେ ପ୍ରାୟ ପାଞ୍ଚ ଶହରୁ ଅଧିକ ସାମ୍ବାଦିକ ଏକାଠି ହୋଇଥିଲେ । ଓଡିଶାରେ ସାମ୍ବାଦିକତାର ମୂଲ୍ୟବୋଧ, ଗୁଣାତ୍ମକ ମାନ, ନୂତନ ପରୀକ୍ଷା ନିରୀକ୍ଷା, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଅଂଗୀକାର, ନୂତନ ପ୍ରତିଭା ତଥା ସାମଗ୍ରିକ ଭାବେ ଗୁଣାତ୍ମକ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡିଆ ଆୱାର୍ଡ ଏକ ଗଠନାତ୍ମକ ପ୍ରୟାସ । ରାଜ୍ୟରେ ଲୋକାଭିମୁଖି ସାମ୍ବାଦିକତାକୁ ଆବଶ୍ୟକ ଗୁରୁତ୍ୱ ପ୍ରଦାନ ପୂର୍ବକ କିଛି ସାମ୍ବାଦିକ ତଥା ପ୍ରତିବଦ୍ଧ ସମାଜସେବୀଙ୍କ ଦ୍ୱାରା ୨୦୧୫ ମସିହାରୁ ଏତାଦୃଶ ପରିକଳ୍ପନା କରାଯାଇଛି । ଲୋକଙ୍କ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଖବର ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ସେଗୁଡ଼ିକର ସମାଧାନ ପାଇଁ ପ୍ରୟାସ କରିଥିବା ସାମ୍ବାଦିକ ଏବଂ ଗଣମାଧ୍ୟମ ସଦସ୍ୟଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରିବା ତଥା ସାମ୍ବାଦିକତାର ବିଭିନ୍ନ ଦିଗ ଓ ପ୍ରଚଳିତ ଧାରା ଉପରେ ଆଲୋଚନା ଏହାର ଲକ୍ଷ୍ୟ । କୋଣାର୍କ ଯାତ୍ରୀନିବାସ ଠାରେ ଆୟୋଜିତ ଏହି ଓଡିଶା ମିଡିଆ ସମିଟ୍‌ରେ ୟୁନେସ୍କୋ, ୟୁନିସେଫ୍‌, ବିଶ୍ୱ ବେତାର ପ୍ରସାରକ ମହାସଂଘ, ଆକ୍ସନ ଏଡ୍ ପରି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓ ସାମାଜିକ କର୍ମୀ ଯୋଗ ଦେଇଛନ୍ତି । ଏଥିରେ ରୋଜାଲିନ ପ୍ରଧାନ, ଶାହାଜାଦୀ କାଜଲ, ଅନୁପ କୁମାର ସାହୁ, ଅନ୍ଦାଜ ଆରନ, ଟିକିନା ରାଉତ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷାବିତ ପ୍ରତାପ ଚନ୍ଦ୍ର ରାଉତ ଓ ଯାଜ୍ଞସେନୀ ସଂଯୋଜନା କରିଥିଲେ ।

🤖 AI Quick Summary

Click the button to generate AI summary.

One thought on “ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ

Leave a Reply

Your email address will not be published. Required fields are marked *