ଓଡ଼ିଶା ଇଣ୍ଡଷ୍ଟ୍ରି ଆସୋସିଏସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

ଓଡ଼ିଶା ଇଣ୍ଡଷ୍ଟ୍ରି ଆସୋସିଏସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

News by Kanhucharan Panda (Cuttack)

କଟକ(ଏନ୍‌.ଏମ୍‌.): ଓଡିଶା ଇଣ୍ଡଷ୍ଟ୍ରି ଆସୋସିଏସନ ଓ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଭୁବନେଶ୍ୱରଙ୍କ ମିଳିତ ଆନୁକୁଲ୍ୟରେ ୪ଦିନ ବ୍ୟାପି ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି । ଜଗତପୁର ନୁତନ ଶିଳ୍ପାଞ୍ଚଳ ଓଡିଶା ଇଣ୍ଡଷ୍ଟ୍ରି ଆସୋସିଏସନ ସଭାଗୃହ ପରିସରରେ ଶିଳ୍ପ ସଂଘ ଅଧ୍ୟକ୍ଷ ଅବାନୀ କାନୁନଗୋଙ୍କ ଦ୍ୱାରା ଗତ ୧୬ ତାରିଖ ଦିନ ଉଦ୍ଘାଟିତ ଏହି ଶିବିରରେ ଜଗତପୁର ଶିଳ୍ପାଞ୍ଚଳର ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଶିଳ୍ପ ଶ୍ରମିକମାନେ ନିଜର ଚକ୍ଷୁ ପରୀକ୍ଷା କରିଥିଲେ । ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଦ୍ୱାରା ଆବଶ୍ୟକ ସ୍ଥଳେ ଶିଳ୍ପ ଶ୍ରମିକମାନଙ୍କୁ ୩୦୦ ଟଙ୍କା ସବସିଡିଯୁକ୍ତ ମୂଲ୍ୟରେ ଚଷମା ଯୋଗାଇ ଦିଆଯିବା ସହ ଜଟିଳ ରୋଗୀଙ୍କ ନିମନ୍ତେ ସୁଲଭ ମୂଲ୍ୟରେ ଅସ୍ତ୍ରୋପଚାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଓପିଟି ରୋହିତ କୁମାର ମହାପାତ୍ର, ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ବିଶ୍ୱଜିତ ଦତ୍ତ ଏବଂ ବିଶ୍ୱଜିତ ବାରିକ ପ୍ରମୁଖ ଚକ୍ଷୁ ପରୀକ୍ଷା କରି ଶ୍ରମିକମାନଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଶିବିରରେ ଓଆଇଏ ସଭାପତି ରାଜେଶ କାନୁନଗୋ, ଦେବେନ୍ଦ୍ର ଶର୍ମା, ରୁଦ୍ର ଆଚାର୍ଯ୍ୟ, ରମାକାନ୍ତ ନାୟକ, ଶଙ୍କର ଆଚାର୍ଯ୍ୟ, ସୁଧାକର ସ୍ୱାଇଁ, ପ୍ରିୟନାଥ ମହାନ୍ତି ଓ ଦିବ୍ୟଦତ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *