News by Smruti Ranjan Tripathy (Cuttack)

ଓଏସଆରଟିସି ଅଧିକାରୀଙ୍କ ଶୋଷଣ ନୀତିକୁ ବସଷ୍ଟାଣ୍ଡ ବ୍ୟବସାୟୀଙ୍କ ଦୋକାନ ବନ୍ଦ କରି ପ୍ରତିବାଦ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ପ୍ରଶାସନିକ ଶୋଷଣର ପ୍ରତିବାଦ କରି ଆଜି ବାଦାମବାଡ଼ି ବସ ଷ୍ଟାଣ୍ଡର ସମସ୍ତ ବ୍ୟବସାୟୀ ଦୋକାନ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି । ବାଦାମବାଡ଼ି ବସଷ୍ଟାଣ୍ଡ ପରିସରରେ ବ୍ୟବସାୟୀମାନେ ଛୋଟ ଛୋଟ ପ୍ରତିଷ୍ଠାନ ଖୋଲି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀଙ୍କ ଚାହିଦା ମେଣ୍ଟାଇବା ସହ ସେଥିରୁ ଉପାର୍ଜିତ ଦୁଇ ପଇସାରେ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ସେମାନଙ୍କ ସେବାକୁ ନଜର ନଦେଇ ଓଏସଆରଟିସି ପକ୍ଷରୁ ଅଧିକ ଟିକସ ଆଦାୟ କରିବା ଯୋଗୁଁ ବ୍ୟବସାୟୀମାନେ ପ୍ରଭାବିତ ହେଉଛନ୍ତି । ଆଜି ଓଏସଆରଟିସିର ଅଧିକାରୀ ବ୍ୟବସାୟୀଙ୍କ ପାଖରୁ ଟିକସ ଆଦାୟ କରିବାକୁ ଆସିଥିବାବେଳେ ଏହାର ପ୍ରତିବାଦରେ ବ୍ୟବସାୟୀମାନେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିଦେଇଥିଲେ । ବାଦାମବାଡ଼ି ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ପକ୍ଷରୁ କର୍ମକର୍ତ୍ତାମାନେ ଦୋକାନ ବନ୍ଦ କରିବା ସହ ଓଏସଆରଟିସି କର୍ମଚାରୀଙ୍କ ପକ୍ଷରୁ ଜିଏସଟି ଓ କରୋନା ସମୟରେ ଦୋକାନବଜାର ବନ୍ଦ ଥିଲେ ମଧ୍ୟ ସେ ସମୟର ଘରଭଡ଼ା ଆଦାୟ କ୍ଷେତ୍ରରେ ଯେଉଁଭଳି ମେରୀରାୟ ନୀତି ଚଳାଇଛନ୍ତି ତାହା ଦୁର୍ଭାଗ୍ୟ ଜନକ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବାଦାମବାଡ଼ି, ପାରାଦ୍ୱୀପ ବସଷ୍ଟାଣ୍ଡର ସମସ୍ତ ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି ପ୍ରତିବାଦରେ ଉପସ୍ଥିତ ବ୍ୟବସାୟୀଙ୍କ ମଧ୍ୟରେ ବ୍ରଜେଶ କୁମାର ବିଶ୍ୱାଳ, ସନ୍ତୋଷ ବରିହା, ବନବିହାରୀ ଖୁଣ୍ଟିଆ, ସରୋଜ ଲେଙ୍କା, ସ୍ନେହଲତା ଭୂୟାଁ, ନାରାୟଣ ରଣା, ରଞ୍ଜୁ ସାହୁ, ଦେବେନ୍ଦ୍ର ସାହୁ, ସାହିଲ ବାରିକ, ଜ୍ଞାନରଞ୍ଜନ ବେହେରା, ସସ୍ମିତା ତ୍ରିପାଠୀ, ମହେନ୍ଦ୍ର ଜେନା, ମିଟୁ ପ୍ରଧାନ, ରମେଶ ବେହେରା, ଆର୍ତ୍ତତ୍ରାଣ ଜେନା, ଲିଟୁ ଖଣ୍ଡେଇ, ରମେଶ ବେହେରା, ବିଜୟ ପରିଡା, ରାମ ତ୍ରିପାଠୀ, ବୁଲୁ ବେହେରା, ଅମୂଲ୍ୟ ନାୟକ ପ୍ରମୁଖ ଶତାଧିକ ବ୍ୟବସାୟୀ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *