‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେ ଜମିନ୍ ପର୍‌”

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେ ଜମିନ୍ ପର୍‌”

News by B.Mishra (BBSR)

ଭୁବନେଶ୍ୱର (ଏନ୍‌.ଏମ୍‌.): ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ତାରେ ଜମିନ୍ ପର୍ ଏକ ନିଆରା କାର୍ଯ୍ୟକ୍ରମ ସ୍ଥାନୀୟ ଝାରପଡା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଏକ ବସ୍ ଯୋଗେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଦିନସାରା ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସେଠାରେ ଥିବା ଗେମ୍ ଜୋନ୍‌ରେ ପିଲାମାନେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଖେଳ ସାମଗ୍ରୀର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ସେଠାରେ ଥିବା ପିଜ୍ଜା ହଟ୍ ଓ ଡୋମିନେଟ୍‌ରେ ପିଲାମାନେ ନିଜ ମନପସନ୍ଦର ଖାଦ୍ୟ ଖାଇଥିଲେ । ଏହି ଅବସରରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସ ନାୟକ କହିଥିଲେ ଯେ, ‘ଖୁସି ବାଣ୍ଟିଲେ ଖୁସି ବଢେ’ । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ଅନେକ ସମୟରେ ଏହିପରି ସମାଜର ମୁଖ୍ୟ ସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଅନେକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଆଶ୍ରମର ପିଲାମାନେ ଏହି କାର୍ଯ୍ୟକ୍ରମର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ପିଲାମାନେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେବା ସହିତ ‘ଉଡ୍ର’ ଅନୁଷ୍ଠାନର ଶୁଭମନାସୀ ଥିଲେ । ଶେଷରେ ପିଲାମାନଙ୍କୁ ସେହି ବସ୍ ଯୋଗେ ସେମାନଙ୍କ ଆଶ୍ରମରେ ଛଡା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା, ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଉତ୍କଳ ଗ୍ୟାଲେରିଆର ଡାଇରେକ୍ଟର ପୁର୍ଣ୍ଣିମା ବୈଦ୍ୟ, ମଧୁରମୟୀ ଆଶ୍ରମର ସୁପରିଟେଣ୍ଡେଣ୍ଟ ନିରୋଜା ଲକ୍ଷ୍ମୀ ମହାପାତ୍ର, ସିନେ ଅଭିନେତ୍ରୀ ପୁନମ ମିଶ୍ର, ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡକ୍ଟର ସୂର୍ଯ୍ୟ ପ୍ରକାଶ ଏସ୍‌. ଚୌଧୁରୀ, ଆଦିତ୍ୟ ଚୌଧୁରୀ, ବୈଷ୍ଣବ ଭୋଳ, ପୱନ ପାତ୍ରୋ, କିଶୋର ଦାସ, ଭାଗ୍ୟଧର ସାମଲ, ସତ୍ୟ ସୁମନ, ଅମୂଲ୍ୟ ସ୍ୱାଇଁ, ସି.ଏ. ସମିର ପରିଜା ଏବଂ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *