ଇରମ ପଞ୍ଚାୟତରେ ବୋହୂକୁ ହତ୍ୟା ଉଦ୍ୟମ: ଥାନାରେ ମାମଲା

ଇରମ ପଞ୍ଚାୟତରେ ବୋହୂକୁ ହତ୍ୟା ଉଦ୍ୟମ: ଥାନାରେ ମାମଲା

News From Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ବୋହୂକୁ ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା ଉଦ୍ୟମ କରାଯାଇଥିବା ଭଳି ସଂଗୀନ ଅଭିଯୋଗ ଆସିଛି ବାସୁଦେବପୁର ଥାନାରେ । ତେବେ ସୌଭାଗ୍ୟବଶତଃ ବୋହୂ ଅଳ୍ପକେ ରକ୍ଷା ପାଇ ଯାଇଥିବା ଜଣାପଡ଼ିଛି । ପ୍ରାପ୍ତ ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଇରମ ପଞ୍ଚାୟତର ବଇଞ୍ଚା ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁତ୍ର ଅକ୍ଷୟ ବେହେରା ତିହିଡି ଥାନା ଅଧୀନରେ ଥିବା ବୁଧୁପୂର ଗ୍ରାମର ସରୋଜ ବେହେରାଙ୍କ ଝିଅ ଦୀପାଙ୍କୁ ୪ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବିବାହ ପର ଠାରୁ ଶାଶୁ ଘର ଲୋକେ ଯୌତୁକ ଦାବି ନେଇ ବୋହୂ ଦୀପା ଉପରେ ନାନାଦି ଅତ୍ୟାଚାର କରିଆସୁଥିଲେ । ସଂସାର ବାନ୍ଧିବା ଆଶାରେ ଦୀପା ସବୁକିଛି ସହିଯାଉଥିବା ବେଳେ ନଣନ୍ଦ ରଶ୍ମିତା ଶାଶୁ ଘରେ ନରହି ବାପ ଘରେ ରହି ଆସୁଥିଲେ ରଶ୍ମିତା ନିଜ ବାପ ଘରେ ରହି ନିର୍ଯାତନା ଦେବାର ମୂଳ ସୂତ୍ରଧର ବୋଲି ଦୀପା ପୁଲିସଙ୍କ ନିକଟରେ ପ୍ରକାଶ କରିଛି । ଗତ କାଲି ରାତିରେ ଖାଇସାରି ଶୋଇବାକୁ ଯାଉବାବେଳେ ଶଶୁର ଗଙ୍ଗାଧର ବୋହୂ ଦୀପାକୁ ସାଧା କାଗଜରେ ଦସ୍ତଖତ ମାରିବାକୁ କହିଥିଲେ । ଏଥିରେ ଦୀପା ରାଜି ନହେବାରୁ ଶାଶୁ ପ୍ରବୀଣା ଓ ନଣନ୍ଦ ରଶ୍ମିତା ଦୁଇ ହାତକୁ ବାନ୍ଧି ପକାଇ ମାରିବା ସହିତ ଶାଢ଼ୀରେ ତଣ୍ଟିକୁ ବାନ୍ଧି ମାରିବାକୁ ଚେଷ୍ଟା କରିବା ସମୟରେ ଦୀପା ଚିତ୍କାର କରିଥିଲା । ଦୀପାର ଚିତ୍କାର ଶୁଣି ପାଖ ପଡୋଶୀ ରୁଣ୍ଡ ହୋଇଯାଇଥିଲେ । ଏବଂ ବାସୁଦେବପୁର ଥାନାକୁ ଖବର ଜଣାଇ ଥିଲେ । ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୀପାକୁ ଉଦ୍ଧାର କରିଥିବାବେଳେ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖିଛନ୍ତି । ଏ ନେଇ ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ କୁହନ୍ତି ଯେ, ଅଭିଯୋଗକୁ ଭିତ୍ତି କରି ଥାନା କେଶ ନଂ ୬୭୮/୨୩ ମାମଲା ରୁଜୁ ହୋଇଛି । ତେବେ ଦୀପାର ଦୁଇ ବର୍ଷର ଏକ ପୁତ୍ର ସନ୍ତାନ ଅଛି । ଅନ୍ୟପକ୍ଷରେ ଦୀପାର ସ୍ୱାମୀଙ୍କୁ ୪ମାସ ହେବ ବାପ ମା’ ଓ ଭଉଣୀ ମିଶି ଫେରାର କରାଇ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *