ଇମ୍ଫା ଦ୍ୱାରା ନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ

ଇମ୍ଫା ଦ୍ୱାରା ନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ


ଚୌଦ୍ୱାର(ଏନ୍‌.ଏମ୍‌.): ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ‘ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ’ ଦ୍ୱାରା ଚୌଦ୍ୱାର ମ୍ୟୁନିସିପାଲିଟି ଅନ୍ତର୍ଗତ ୯ନମ୍ବର ୱାର୍ଡ ଅନ୍ତର୍ଗତ ତେଲୁଗୁ ସାହି ମଧ୍ୟରେ ଏକ ସାମୁହିକ ଉନ୍ନୟନ ଗୋଷ୍ଠି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଦେଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇମ୍ଫା ଉପ-ସଭାପତି ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟ ଅଗ୍ରୱାଲା, ପୂର୍ବତନ କାଉନସିଲର କରୁଣାକର ସାହୁ ଯୋଗଦେଇଥିଲେ । ଏହି ଅବସରରେ ପୂର୍ବତନ କାଉନସିଲର ତଥା ବିଜେଡି ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ ସାମଲ, ବିଜେଡି ନଗର ସଭାପତି ବିଷ୍ଣୁ ଚରଣ ପରିଡା, ବିଜେଡି ଯୁବ ସଭାପତି ଅର୍ଜୁନ ପଣ୍ଡା, ଭରତ ସାହୁ, ଅଶୋକ କୁମାର ମହାନ୍ତି, ରାଜକିଶୋର ସାମନ୍ତରାୟ, ଗିରିଧାରୀ ଦଲାଇ, ପ୍ରଶାନ୍ତ ଦାସ, ସରୋଜ ମଲିକ, ଜେ. ତ୍ରିନାଥ, ମୁରଲୀଧର ନାୟକ, ରୀନା ନାୟକ, ଜେ. ଉମା, ପି. ଚନ୍ଦ୍ରମା ପ୍ରମୁଖ ଉପସ୍ଥିତ ରହି ଇମ୍ଫାର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଇମ୍ଫାର ଅଧିକାରୀମାନଙ୍କ ମଧ୍ୟରେ ସାରଦା ପ୍ରସାଦ ରାଓ, ମାନସ ପ୍ରଧାନ, ଆଶିଷ ଦାସ, ଜି. ଭି. ରାକେଶ, ଧୀରେନ କୁମାର ନାଥ, କେ.ସି. ଦାସ, ଦେବାଶିଷ ତ୍ରିପାଠୀ, ଅଜୟ କୁମାର ସାହୁ, ପି. ଦିଲୀପ ପାତ୍ର, ରବୀନ୍ଦ୍ର କୁମାର ବେହେରା, ବିଷ୍ଣୁ ଚରଣ ସାହୁ, ଶୁଶାନ୍ତ କୁମାର ନାୟକ, ଅଭିଷେକ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ବିଶ୍ୱାଳ ଇମ୍ଫାର ଏହି କାର୍ଯ୍ୟକ୍ରମକୁ ଭୂରିୟସୀ ପ୍ରସଂଶା କରିବା ସହ ଇମ୍ଫା ଚୌଦ୍ୱାର ଅଞ୍ଚଳରେ ଏହିଭଳି ଜନହିତକାରୀ କାମ ସବୁ ଅଞ୍ଚଳରେ କରିଆସୁଛି ବୋଲି ମକ୍ତ୍ୟବ୍ୟ ପ୍ରଦାନ କରିଥିଲେ । ଇମ୍ଫାର ଉପ-ସଭାପତି ଅଗ୍ରୱାଲା ଏହିଭଳି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ କିପରି ଆଗକୁ ତ୍ୱରାନିତ ହେବ ବିଷୟରେ ଆଲୋଚନା କରିବା କରିଥିଲେ । ଇମ୍ଫା ପକ୍ଷରୁ ଲୋକସମ୍ପର୍କ ଅଧିକାରୀ ଧ୍ରୁବଚରଣ ରାଉତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *