ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ୱୀକୃତି ପ୍ରତ୍ୟାହାର ଚିଠି

ଆନ୍ଦୋଳନ ସ୍ଥଗିତ ରଖିଲା ଓଡିଶା ଅଭିଭାବକ ମହାସଂଘ
ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ୱୀକୃତି ପ୍ରତ୍ୟାହାର ଚିଠି

News by B.Mishra (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୦୯ଶିକ୍ଷା ଅଧିକାର ଆଇନ ଅନୁଯାଇ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫ପ୍ରତିଶତ ସିଟ ସଂରକ୍ଷଣ ବ୍ୟବସ୍ଥା ରହିଛି । ହେଲେ ଓଡିଶା ଅଭିଭାବକ ମହାସଂଘର ବହୁ ବାର ଧାରଣା, ଧର୍ମଘଟ, ଅନଶନ ପରେ ଗତବର୍ଷ ଏହି ଆଇନ କାର୍ଯ୍ୟକାରୀ ହୋଇ ମାତ୍ର ୫ ହଜାର ପିଲା ଆଡ଼ମିସନ କରିଥିଲେ । ଏହି ଆଇନ ସଠିକ କାର୍ଯ୍ୟକାରୀ ହେଲେ ପାଖାପାଖି ବର୍ଷକୁ ୭୦ହଜାରରୁ ଅଧିକ ଗରିବ ପିଲା ଏହି ସୁବିଧା ପାଇବେ । ଏବର୍ଷ ମଧ୍ୟ ପ୍ରାୟ ୧୫ ହଜାର ପିଲା ଆଡ଼ମିସନ ପାଇଁ ପୋର୍ଟାଲରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଯୋଜନାରେ ତିନିରୁ ସାତ ବର୍ଷ ମଧ୍ୟରେ ପିଲା ଉଭୟ ନର୍ସରୀ ଓ ପ୍ରଥମ ଶ୍ରେଣୀରେ ଆଡ଼ମିସନ ପାଇଁ ବ୍ୟବସ୍ଥା ରହିଛି । ହେଲେ ପ୍ରାଇଭେଟ ସ୍କୁଲ ମାନେ ଏହି ସ୍କିମରେ ଆଡ଼ମିସନ ପାଇଁ ଅଭିଭାବକ ଓ ପିଲାଙ୍କୁ ମନା କରୁଛନ୍ତି । ସରକାର ପାଗଳ, ଆମଠୁଁ ସବୁ ସାହାଯ୍ୟ ନେଲେ ପୁଣି କଣ ପାଇଁ ପିଲା ପଠାଉଛନ୍ତି, ଏପରି ମନ୍ତବ୍ୟ ଦେଇ ଅଭିଭାବକମାନଙ୍କୁ ନିରୁତ୍ସାହିତ କରି ଫେରେଇଦେଉଛନ୍ତି । ଭୁବନେଶ୍ୱରରେ ଏଥିପାଇଁ କିଛି ଅଭିଭାବକ ଘେରାଓ କରିଥିଲେ । ପୂର୍ବରୁ ବିଭାଗ ମଧ୍ୟ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଯେଉଁ ସ୍କୁଲ ନିୟମ ମାନୁନି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ତାର ସ୍ୱୀକୃତି ପ୍ରତ୍ୟାହାର ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଭୁବନେଶ୍ୱର ବିଜେଇଏମ, ଖଣ୍ଡଗିରିର ଜାଭିୟାର ସ୍କୁଲ, ନାରାୟଣା, ଡି ଏ ଭି, ଓଡ଼ିଏମ ପରି ବହୁତ ସ୍କୁଲ ପିଲାଙ୍କୁ ଏହି ସ୍କିମରେ ଆଡ଼ମିସନ କରିବାକୁ ସଫା ସଫା ମନକରିଦେଇଛି । ତେଣୁ ସେହି ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାର ସ୍ୱୀକୃତି ପ୍ରତ୍ୟାହାର ପାଇଁ ବ୍ୟବସ୍ଥା କରିବାକୁ ଓଡିଶା ଅଭିଭାବକ ମହାସଂଘ ଦାବି କରିଛି । ଏପରି ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ମଧ୍ୟ ଶିକ୍ଷା ମନ୍ତ୍ରୀ ଓ ପ୍ରମୁଖ ସଚିବଙ୍କୁ ଦାବି ଜଣାଇସାରିଛି ଓଡିଶା ଅଭିଭାବକ ମହାସଂଘ । ଏହି ସ୍କିମ ରେ ନାମ ଲେଖା ହେଲେ ସାରା ଓଡ଼ିଶାରେ ଥିବା ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଏହାର ଭରପୁର ସୁଯୋଗ ନେଇପାରିବେ ବୋଲି ଏହି ଯୋଜନା ରାଜ୍ୟ ସରକାର କରିଥିଲେ । ତେଣୁ ସ୍କୁଲ ମାନେ ଆଡ଼ମିସନ କରିବାକୁ ମନା କରିବାରୁ ବାଧ୍ୟ ହୋଇ ଆଜି (ଜୁଲାଇ ୨୬ରେ) ଓଡିଶା ଅଭିଭାବକ ମହାସଂଘ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ସଚିବ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ଆଗରେ ଧାରଣା ଓ ଅନଶନ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା । ହେଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଖିଲାପକାରୀ ସ୍କୁଲ ମାନଙ୍କୁ ସ୍ୱୀକୃତି ପ୍ରତ୍ୟାହାର ପାଇଁ ଚିଠି କରିଛନ୍ତି । ଆଜି ବୃନ୍ଦାବନ ଶତପଥୀ, ନିର୍ଦେଶକ ଓ ଏହି ସ୍କିମ ଦାୟିତ୍ୱରେ ଥିବା ଉପ ନିର୍ଦେଶକ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସହିତ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, କୋଷାଧ୍ୟକ୍ଷ ସତ୍ୟଜିତ ଦାସଙ୍କ ସହିତ କିଛି ଅଭିଭାବକଙ୍କ ଆଲୋଚନା ପରେ ସେମାନଙ୍କୁ ୭ ଦିନର ମହଲତ ଦିଆଯାଇଛି । ଆଜି ମନ୍ତ୍ରୀ ଓ ସଚିବଙ୍କ ଘର ସମୁଖରେ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ ରଖା ଯାଇଛି । ଯଦି ସ୍କୁଲରେ ଏହି ସ୍କିମରେ ଅଭିଭାବକମାନଙ୍କୁ ଆଡ଼ମିସନରେ ଅସୁବିଧା ହୁଏ ପୁଣି ଆନ୍ଦୋଳନ କରାଯିବ । ପ୍ରକାଶ ଥାଉ କି ଆଜି ଏହି ସ୍କିମରେ କ୍ଷତିଗ୍ରସ୍ତ ଶତାଧିକ ଅଭିଭାବକ ମାନେ ଓଡିଶା ଅଭିଭାବକ ମହାସଂଘ ସହିତ ଅଭିଯୋଗ ଫର୍ଦ୍ଦ ଧରି ନତାଲା ଠାରେ ରୁଣ୍ଡ ହୋଇ ଥିଲେ । ଏହାକୁ ଦୁଷ୍ଟିରେ ରଖି ପୋଲିସ ଶାନ୍ତି ସହ ଆଲୋଚନା କରି ଆନ୍ଦୋଳନକୁ ମହାସଂଘ ସ୍ଥଗିତ ରଖିବାକୁ ନିଷ୍ପତି ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *