ଆରମ୍ଭ ହେଲା ଅହମଦୀୟା ମୁସଲିମ କାଦିଆନ ୧୨୭ ତମ ଶାନ୍ତି ସମ୍ମିଳନୀ

ଆରମ୍ଭ ହେଲା ଅହମଦୀୟା ମୁସଲିମ କାଦିଆନ ୧୨୭ ତମ ଶାନ୍ତି ସମ୍ମିଳନୀ

News by Dillip Kumar Muduli (BBSR)

#ପଞ୍ଜାବ/ଭୁବନେଶ୍ୱର(ଏନ୍‌.ଏମ୍‌.): ଅହମଦୀୟା ମୁସଲିମ ପତାକା ଉତ୍ତୋଳନ, ସମୂହିକ ନିରବ ପ୍ରାର୍ଥନା ଏବଂ ପବିତ୍ର କୋରାନ ପାଠ ସହ ଆରମ୍ଭ ହେଲା ୧୨୭ତମ ଅହମଦୀୟା ମୁସଲିମ କାଦିଆନ ବାର୍ଷିକ ଶାନ୍ତି ସମ୍ମିଳନୀ ପଞ୍ଜାବରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୌଲାନା ମୁହମ୍ମଦ କରିମୁଦ୍ଦିନ ଶାହିଦ ପୌରୋହିତ୍ୟ କରିଥିଲେ । ମୁଖ୍ୟ ସଚିବ ମୌଲାନା ମୁହମ୍ମଦ ଇନାମ ଘୋରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ଇସଲାମ ଧର୍ମର ପ୍ରବର୍ତ୍ତକ ହଜରତ ପୈଗମ୍ବର ମୁହମ୍ମଦ ସଲ୍ଲମ ସମଗ୍ର ବିଶ୍ୱ ପାଇଁ କରୁଣାର ସାଗର ହୋଇ ଆସିଥିଲେ । ଜୀବନର ସବୁ କ୍ଷେତ୍ରରେ ତାଙ୍କ ଉତ୍ତମ ଆଦର୍ଶରେ ଅନୁପ୍ରାଣୀତ ହେଲେ ହିଁ ଏକ ସଫଳ ଜୀବନ ବିତାଇ ପାରିବ । ଆପଣଙ୍କ ଆଦର୍ଶ ହିଁ ସଫଳ ଜୀବନର ଚାବିକାଠି । ଏହି ଅବସରରେ ୧୦ଟି ନୀତି ପାଳନ କରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ ଯାହା ଦ୍ୱାରାକି ଗୋଟିଏ ଆତ୍ମାକୁ ନିର୍ବାଣ ପ୍ରାପ୍ତି ପାଇଁ ସହାୟକ ହୋଇଥାଏ । ସେଗୁଡ଼ିକ ମଧ୍ୟରେ ପଡୋଶୀଙ୍କ ସହ ଉତ୍ତମ ବ୍ୟବହାର କରିବା, କାହାରିକୁ ଗାଳି ଗୁଲଜ କରିବା ନାହ. ଝଗଡା-ଝାଣ୍ଟି କରିବା ନାହିଁ, କାହାରି ଅଧିକାରକୁ କ୍ଷୁର୍ଣ୍ଣ କରିବା ନାହିଁ, ମହିଳାଙ୍କ ସହ ସଦବ୍ୟବହାର କରିବା, ରାସ୍ତାରେ ମଇଳା-ଅବର୍ଜନା ଏବଂ କଷ୍ଟଦାୟକ ଜିନିଷ ଆଦୌ ପକାଇବା ନାହିଁ, କୌଣସି ପଶୁ-ପକ୍ଷୀକୁ କଷ୍ଟ ଦେବା ନାହିଁ, ମୁଲିଆ-ମଜଦୁର ଶ୍ରମର ପାଉଣା ତାର ଝାଳ ଶୁଖିବା ପୂର୍ବରୁ ପଇଠ କରିବା, ଅଲ୍ଲାଃଙ୍କ ଭୟ ସର୍ବଦା ମନରେ ରଖିବା, ଶାନ୍ତିରେ ରହିବା ସହ ଅନ୍ୟଙ୍କୁ ଶାନ୍ତି ପ୍ରଦାନ କରିବା, ସେହିଭଳି ମୌଲାନା ମୁନିର ଅହମଦ ଖାଦିମ, ଫିରୋଜ ଅହମଦ ନଇମ, ମୌଲାନା ହାଫିଜ ମଖଦୁମ ଶରିଫ ଅଲ୍ଲାଃଙ୍କ ଅସ୍ତିତ୍ୱ, ଭକ୍ତି, ଅଙ୍ଗୀକୃତ ମସିହଙ୍କ ଜୀବନୀ, ହଜରତ ଅବୁବକର ସଦ୍ଦିକଙ୍କ ଜୀବନୀ ଏବଂ ହଜରତ ମୌଲାନା ହକିମ ନୁରୁଦ୍ଦିନଙ୍କ ଜୀବନୀ ବିଷୟରେ ନିଜର ବହୁମୂଲ୍ୟ ମତାମତ ରଖିଥିଲେ । ଏହି ଶାନ୍ତି ସମ୍ମିଳନୀ ଆହୁରି ଦୁଇ ଦିନ ଧରି ଚାଲୁ ରହିବ ବୋଲି ମୌଲାନା ଫଜଲ ହକ ଖାଁ ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *