ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ

News By Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶ୍ରମିକ ନେତା, ସମାଜବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ହୃଦଘାତ ଯୋଗୁ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେବ ରକ୍ତଚାପ ତଥା ହୃଦରୋଗରେ ପୀଡିତ ଥିଲେ । ତେବେ ଆଜି ରାତି ପ୍ରାୟ ସାଢେ ଆଠଟା ବେଳେ ସିଡ଼ିଏସ୍ଥିତ ବାସ ଭବନରେ ତାଙ୍କର ହଠାତ୍ ହୃଦ୍‌ଘାତ ହୋଇଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ତାଙ୍କ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଷେଶ କରି ଶ୍ରମିକମାନଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ସ୍ୱର୍ଗତ ସିଂ ଓଡ଼ିଶା ରାଜନୀତିରେ ରାଜୁ ସିଂହ ଭାବେ ପରିଚିତ ଥିଲେ । ସେ ଜନତାଦଳର ପ୍ରାର୍ଥୀ ଭାବେ ୧୯୯୦ ମସିହାରେ କଟକ ସଦର ବିଧାନ ସଭା ଆସନରୁ ନିର୍ବାଚିତ ହୋଇଥିଲେ । ବିଧାୟକ ଭାବେ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କଟକ ସଦର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଏଥି ସହିତ ସିଏମସି ଶ୍ରମିକମାନଙ୍କ କଲ୍ୟାଣ ପାଇଁ ସେ ସର୍ବଦା ଉଦ୍ୟମ ଜାରି ରଖିଥିଲେ । ତାଙ୍କ ବିୟୋଗ ଖବର ପାଇ ସିଏମସି ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଶ୍ରମିକନେତା କୃଷ୍ଣଚନ୍ଦ୍ର ପାତ୍ର, ଖଗେଶ୍ୱର ସେଠୀ, ବିଜୟ ଭୂଷଣ ପତି, ମହାନଗର ନାଗରିକ ମଞ୍ଚର ସଭାତି ଡାକ୍ତର ରବି ରଞ୍ଜନ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ଆଜି କଟକ ଜଣେ ବିଶିଷ୍ଟ ଶ୍ରମିକନେତାଙ୍କୁ ହରାଇଲା ବୋଲି ମତପ୍ରକାଶ କରିଥିଲେ । ସହରର ବହୁ ବୁଦ୍ଧିଜୀବୀ, ମୁରବୀ ତାଙ୍କ ବାସ ଭବନରେ ପହଞ୍ôଚ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *